oom

ହୋଟେଲ ଆଶ୍ରୟଠାରେ ଭାରତୀୟ ଭାଷା ଆନ୍ଦୋଳନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

jsmm

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଆଜି ଅନୁଗୋଳ ସହରର ସ୍ଥାନୀୟ ତୁରଙ୍ଗ ସ୍ଥିତ ଆଶ୍ରୟ ହୋଟେଲ ପରିସରରେ ଭାରତୀୟ ଭାଷା ଆନ୍ଦୋଳନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଅନୁଗୋଳ ନ୍ୟାୟାଳୟର ଅଧିବକ୍ତା ଅର୍ଜୁନ କୁମାର ମୁଦୁଲିଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ଶ୍ରୀମତୀ ପ୍ରତିଭା ଶର୍ମାଙ୍କ ନିର୍ଦେଶରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ବୈଶିଷ୍ଟ୍ୟ ରହିଅଛି, ଦେଶର ସମସ୍ତ ଅଦାଲତରେ ଜନତାଙ୍କୁ ନ୍ୟାୟ ଜନତାଙ୍କ ନିଜ ଭାଷାରେ ମିଳିବା ପାଇଁ ଏ ଆନ୍ଦୋଳନ କରୁଛି ଭାରତୀୟ ଭାଷା ଆନ୍ଦୋଳନ । ଇଂରେଜମାନେ ୧୯୪୭ ମସିହାରୁ ଭାରତ ଛାଡି ଯାଇଥିଲେ ମଧ୍ୟ ସବୁ ନ୍ୟାୟାଳୟରେ ଅଦ୍ୟାବଧି ଇଂରେଜୀ ଭାଷାର ବହୁଳ ବ୍ୟବହାର ହେଉଛି, ସାଧାରଣ ଲୋକଟିଏ ନିଜ ଭାଷାରେ ନ୍ୟାୟ ପାଇପାରୁ ନାହାଁନ୍ତି ତେଣୁ ଏ ସଂଗ୍ରାମ ନେଇ ଆଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସୁଧାଂଶୁ ପଲୋ (ସଭାପତି, ଦିଲ୍ଲୀ ଉଚ୍ଚତମ ନ୍ୟାୟାଳୟ), ପ୍ରଶାନ୍ତ ବର୍ମା (ରାଷ୍ଟ୍ରୀୟ ଉପସଭାପତି, ଭାରତୀୟ ଭାଷା ଆନ୍ଦୋଳନ ଏବଂ ଅଧିବକ୍ତା, ଉଚ୍ଚତମ ନ୍ୟାୟାଳୟ) ଏବଂ ମୁଖ୍ୟବକ୍ତା ମହାଦେବ ବେହେରା(ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓଡ଼ିଶା ପୂର୍ବ ଏବଂ ପଶ୍ଚିମ ପ୍ରାନ୍ତ କ୍ରୀଡା ସଂଗଠନ ମନ୍ତ୍ରୀ), ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ କୁମାର ମୁଦୁଲି, ଅଧିବକ୍ତା, ଅନୁଗୋଳ), ରାଜ୍ୟ ସଭାପତି ଶ୍ରୀମତୀ ପ୍ରତିଭା ବର୍ମା, ରାଜ୍ୟ ଉପସଭାପତି ବିପିନ ଜୟସିଂହଙ୍କ ସହ ଅନୁଗୋଳ ତାଳଚେର, ନୟାଗଡ, ଜଗତସିଂପୁରର ୧୦୦ରୁ ଅଧିକ ଅଧିବକ୍ତା ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.