oom

ପାଇକମାଲ ନାଗରିକ କମିଟିର ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନାଗରିକ କମିଟିର ଏକ ବୈଠକ ମନୋଜ ତ୍ରିବେଦୀଙ୍କ ସଭାପତିତ୍ୱରେ ନୃସିଂହନାଥ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସହ ସମ୍ପାଦକ ରାଜ କିଶୋର ସାହୁ ସଭାର ଉଦ୍ଦେଶ ଜ୍ଞାପନ କରିଥିବା ବେଳେ ପାଇକମାଲରେ ଟ୍ରାଫିକ ସମସ୍ୟା, ବସଷ୍ଟାଣ୍ଡ ସମସ୍ୟା, ସରକାର ଶୀଘ୍ର ପାଇକମାଲ ନୂତନ ସିଏଚ୍‌ସିକୁ ଅନୁସଙ୍ଗିକ ଯାହା ଯାହା ଦରକାର ପ୍ରଦାନ କରି ଶୀଘ୍ର କାମ ଆରମ୍ଭ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ନୃସିଂହନାଥ ମନ୍ଦିର ପରିସରରେ ସରକାରଙ୍କ ତରଫରୁ ହେଉଥିବା ସୌନ୍ଦର୍ଯ୍ୟକରଣ କାମ ଅତି ନିମ୍ନମାନର ହେଉ ଥିବାରୁ ତଥା ନିର୍ମିତ ହୋଇଥିବା ବିଲଡିଂ ଛାତରୁ ପାଣି ଝରିବା ନେଇ ଆଜିର ବୈଠକରେ ଘୋର ଦୁଃଖ ପ୍ରକାଶ କରିବା ସହ ଏହାର ତଦନ୍ତ କରାଯାଇ ବାକି କାମକୁ ଠିକ୍‌ ଭାବରେ କରାଯାଉ ବୋଲି ଆଲୋଚନା ସହ ଦାବୀ ହୋଇଥିଲା । ଆଲୋଚନାରେ ଦିଲ୍ଲୀପ ଅଗ୍ରୱାଲ, ବିନୋଦ କାଳିଆ, ସାମ୍ବାଦିକ ବଡ ଶତପଥି, ଯୁଗଳ ମେହେର, ସନ୍ତୋଷ ପାଣିଗ୍ରାହୀ, ଶଙ୍କର ଦାଶ, ଲିଙ୍ଗରାଜ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ପାଇକମାଲ ଡାକ୍ତରଖାନାକୁ ଯାଇ ଡ଼ା ଶ୍ରୀଧର ପ୍ରଧାନଙ୍କୁ ସୁବିଧା ଅସୁବିଧା ନେଇ କମିଟି ସଦସ୍ୟମାନେ ପଚାରି ବୁଝିଥିଲେ ।

jittmm
Leave A Reply

Your email address will not be published.