
ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଗ୍ରାମର ଚଣ୍ଡୀ ମନ୍ଦିର ପାଖରେ ଗୁରୁବାର ଦିନ ଭୋର ସମୟରେ ଏକ ବାଛୁରୀକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି । ଗ୍ରାମର ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଆନୁଯାୟୀ ତିନିରୁ ଚାରି ଫୁଟ ଉଚ୍ଚତା ଥାଇ ଚିତାକଟା ହଳଦିଆ ରଙ୍ଗର ମହାବଳ ବାଘ ବାଛୁରୀକୁ ଖାଉଥିବା ବେଳେ ଦେଖିବାକୁ ପାଇଥିଲେ । ଅନ୍ୟପଟେ ବନ ବିଭାଗ କହୁଛି ମହାବଳ ବାଘ ବୋଲି ସ୍ପଷ୍ଟ କହିହେବ ନାହିଁ । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏହି ଘଟଣାର ତଦନ୍ତ ଚାଲିଛି । ୩୦ ରୁ ୪୦ ଟି ସେଠି କଲରାପତରିଆ ବାଘ ରହିଛନ୍ତି ବୋଲି ବରଗଡ ଡିଏଫଓ ସରୋଜ ପଣ୍ଡା କହିଛନ୍ତି । କୁନି କୁନି ଛାତ୍ରଛାତ୍ରୀ ନିତିଦିନିଆ ସେଇ ରାସ୍ତା ଦେଇ ପାଠ ପଢିବାକୁ ଯିବା ଆସିବା କରୁଛନ୍ତି । ଗାଁରେ ବାଘ ବୁଲୁଥିବା ଘଟଣା ବନ ବିଭାଗକୁ ଗ୍ରାମବାସୀ ଅଭିଯୋଗ କରିଥିଲେ ହେଁ କିଛି ପଦକ୍ଷେପ ନେଉନାହାନ୍ତି । ଗ୍ରାମବାସୀ ବନ ବିଭାଗ ପ୍ରତି ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି । ଅନ୍ୟପଟେ ଗାଁ ରେ ମହାବଳ ବାଘ ବୁଲୁଥିବା ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ।