oom

ବିଜୟାଦଶମୀ ଉପଲକ୍ଷେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଅସ୍ତ୍ରଶସ୍ତ୍ର ପୂଜନ

jsmm

ନୂଆପଡା, (ନିରାକାର ମେହେର) : ବିଜୟାଦଶମୀ ଉପଲକ୍ଷେ ଗତକାଲି ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଅସ୍ତ୍ରଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୟାଦଶମୀ ଭାରତୀୟ ସଂସ୍କୃତିର ସର୍ବଦା ବୀର ପୂଜକ ତଥା ଶକ୍ତି ଉପାସକ ଅଟେ । ଶକ୍ତି ବିନା ବିଜୟ ସମ୍ଭବ ନୁହେଁ । ଏଥିପାଇଁ ଭାରତୀୟ ବା ହିନ୍ଦୁମାନଙ୍କର ସମସ୍ତ ଦେବୀ ଓ ଦେବତା କିଛି ନା କିଛି ଅସ୍ତ୍ର ଧାରଣ କରିଥିବାର ଦେଖିବାକୁ ମିଳେ । ଆବଶ୍ୟକ ଅନୁସାରେ ଏ ଶକ୍ତିର ଉପଯୋଗ ଆସୁରୀ ଶକ୍ତିର ବିନାଶ କରି ଧର୍ମ ରକ୍ଷା ପାଇଁ କରାଯାଇଛି । ଏହି ସନ୍ଦେଶ ଦେବା ପାଇଁ ପ୍ରତ୍ୟେକ ସ୍ଥାନରେ ଶକ୍ତିର ପ୍ରତୀକ ରୂପେ ବିଜୟାଦଶମୀ ପାଳନ କରିବା ନିମିତ୍ତ ଶସ୍ତ୍ର ପୂଜନ କରିବାର ପରମ୍ପରା ରହିଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ଏବଂ ବଜରଙ୍ଗ ଦଳର ବିଭିନ୍ନ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ । ପ୍ରଥମେ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରଠାରେ ଅସ୍ତ୍ର ପୂଜନ ହେବା ପରେ ନଗର ପରିକ୍ରମା ହେଇଥିଲା । ସିନାପାଲି କାପସି ସ୍ଥିତ ଜୟ ବଜରଙ୍ଗ ବଳି ଛକଠାରେ ପ୍ରସ୍ତାବିତ ଶ୍ରୀ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ ହେଇଥିଲା । ଏହି କାର୍ଯ୍ୟକ୍ରମରେ ତୁଳସୀରାମ ମେହେର, ରୋହିତାସ୍ଵ ନାୟକ, ମୋହନ ଚରଣ ଦାସ, ପଙ୍କଜ ଦାସ, ସୁରଜ ମେହେର, ପ୍ରଭାତ ମେହେର, ଜୟନ୍ତ ମେହେର, ସୁନିଲ ମେହେର, ବିକାଶ ମେହେର, ନରେଶ ମେହେର, ଆକାଶ ମେହେର, ନରେଶ ମାଝୀ, ଜିତେନ୍ଦ୍ର ମେହେର, ବିହାରିଲାଲ ମସ୍ରା ପ୍ରମୁଖ ବଜରଙ୍ଗୀ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.