ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ : ଜନସାଧାରଣରେ ଅସନ୍ତୋଷ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ. ଛକ ପି,ଏଚ.ଡି, ରାସ୍ତାରୁ ଦାବିରି ଗାଁ ପର୍ଯ୍ୟନ୍ତ ଅଢେଇ କିଲୋମିଟର ଦୂରତା ରହିଥିବା ବେଳେ ଉକ୍ତ ରାସ୍ତା କାର୍ଯ୍ୟ ଦୁଇଦିନରେ ଭିତରେ ସେତେବେଳେ ସଂପୂର୍ଣ୍ଣ ହୋଇଥିଲା । ଏହି ପ୍ରଧାନମନ୍ତ୍ରୀ ରାସ୍ତାରେ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ରାସ୍ତାରେ ଦିଆଯାଇଥିବା ବଜରି ଗୁଡିକ ଉପୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ କିଛି ଲୋକ ଦାବରି ଗାଁ ପାଖରେ ରାସ୍ତାକୁ ଖୋଳି ଦେଇଛନ୍ତି ଓ ଦାବିରି ଗାଁ ଛକ ପି.ଏଚ୍‌.ଡି. ରାସ୍ତାରୁ ଆସିଥିବା ପ୍ରଧାନମନ୍ତ୍ରୀ ରାସ୍ତା ଉପରେ ଗୋଟିଏ ପାଖରେ ତିନୋଟି ବଡ଼ ବଡ଼ ହମ୍‌ପ୍‌୍‌ ରହିଥିବାରୁ ଗାଡ଼ି ମୋଟର ଯିବା ଆସିବାରେ ଅସୁବିଧା ଉପୁଜୁଥିବା ଜଣାପଡିଛି । ଉକ୍ତ ଜାଗାରେ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଥିବା ମଧ୍ୟ କୁହାଯାଉଛି । ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.