ପ୍ରାୟ ୫ ବର୍ଷ ହେବ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଅଙ୍ଗନବାଡ଼ି କେନ୍ଦ୍ର

ତୁରେକେଲା, (କୈଳାଶ ସଗ୍ରିଆ) : ଘୁନେଶ ଗ୍ରା.ପ. ଅନ୍ତର୍ଗତ ବର୍ଲା ଗାଁର ଅଙ୍ଗନବାଡ଼ି କେନ୍ଦ୍ର ପ୍ରାୟ ୫ ବର୍ଷ ହେବ ତିଆରି ଚାଲିଛି । କେବେ ସଂପୂର୍ଣ୍ଣ ହେବ ତାହା ଭଗବାନଙ୍କୁ ଜଣା । ଏନେଇ ଗ୍ରାମବାସୀ କହିଛନ୍ତି ଯେ ଅନେକ ଥର ବ୍ଲକ ପ୍ରଶାସନଙ୍କୁ ଜଣାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କାମ ଆଗେଇ ପାରୁନାହିଁ । ଏଥିପ୍ରତି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ ଗ୍ରାମବାସୀ ।

Leave A Reply

Your email address will not be published.