jayashree

ଅର୍ଥନୈତିକ ବିକାଶ ଓ କୃଷି ଭିତ୍ତିକ ନିଯୁକ୍ତି ସୃଷ୍ଠି କରିବା ଅସଲି ଜନ ପ୍ରତିନିଧିର କର୍ତ୍ତବ୍ୟ ଅର୍କେଶ 

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ବୈଦିପାଲି ପଞ୍ଚାୟତ ବରଗାଁ ପଡିଆ ଠାରେ ବଲାଙ୍ଗିର ସଦର ବ୍ଲକ ଜିଲ୍ଲାପରିଷଦ ଜୋନ ୨୩ର ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ପୂର୍ବତନ ସାସଂଦଙ୍କ ବ୍ଲକ ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଦଳର ସଙ୍ଗଠନ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ସମସ୍ତ ନେତୃବୃନ୍ଦ ମତବ୍ୟକ୍ତ କରିଥିବା ବେଳେ ଜଣେ ଜନ ପ୍ରତିନିଧିର କର୍ତ୍ତବ୍ୟ ଓ ଲୋକସମ୍ପର୍କ ତଥା ଜନସାଧାରଣଙ୍କ ସମସ୍ୟାକୁ ତୃଣମୂଳ ସ୍ତରରେ କିଭଳି ଦୂର କରାଯାଇ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ ତା ପ୍ରତି ଗୁରୁତ୍ୱ ଦେଇ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ କହିଥିଲେ । ନାଳ ନର୍ଦ୍ଦମା, ରାସ୍ତାଘାଟର ମରାମତି ବା ନବୀକରଣ ଓ ସରକାରୀ କୋଠା ନିର୍ମାଣ କରିବା କିମ୍ବା ଗ୍ରାମାଞ୍ଚଳରେ ଏଲିଡି ଲାଇଟ ଲଗାଇବା ଜଣେ ବିଧାୟକଙ୍କ କର୍ତ୍ତବ୍ୟ ନୁହେଁ, କାରଣ ତାହା ସବୁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟ ଅନୁଯ୍ରାୀ ବିଭାଗ ରହିଛି । ବିଭାଗ ପକ୍ଷରୁ ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସରପଞ୍ଚ ଓ ପଞ୍ଚାୟତ ସଭ୍ୟ ତଥା ୱାର୍ଡମେମ୍ବରମାନଙ୍କ କର୍ତ୍ତବ୍ୟ ରହିଥାଏ ।

ତେଣୁ ନିଜ ଅଞ୍ଚଳରେ ନିଯୁକ୍ତିର ସୁଯୋଗ, ଚାଷ ପାଇଁ ଚାଷୀଙ୍କ ସୁବ୍ୟବସ୍ଥାକରଣ, କୃଷିଭିତ୍ତିକ ଶିଳ୍ପ, ଚାଷ ପାଇଁ ବିଭିନ୍ନ ସ୍ଥାନରେ ଜଳସେଚନ ପ୍ରକଳ୍ପର ବ୍ୟବସ୍ଥା କରିବା ସହିତ ବଲାଙ୍ଗିରରେ ପଡି ରହିଥିବା ଚିନିକଳର ପୁନଃରୁଦ୍ଧାର ପାଇଁ ପ୍ରଚେଷ୍ଠା କରିବା, ଗାଁ ଗାଁରେ ଶାନ୍ତି ମୈତ୍ରୀର ବାତାବରଣ ସୃଷ୍ଟି କରି ସମାଜ କଲ୍ୟାଣ କର୍ମ କରିବା ହିଁ ଜଣେ ବିଧାୟକଙ୍କ ପ୍ରକୃତ କର୍ତ୍ତବ୍ୟ ବୋଲି କହିବା ସହିତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇ କହିଥିଲେ, ଆପଣ ମାନେ ନିର୍ଭୟତା ସହ ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହୋଇ ଆମକୁ ସାମିଲ କରାନ୍ତୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଜନହିତକର ଯୋଜନାକୁ ସର୍ବସାଧାରଣରେ ପହଞ୍ଚାନ୍ତୁ ଓ ଆଗାମୀ ନିର୍ବାଚନରେ ଏକଜୁଟ ତଥା ସୁସଙ୍ଗଠିତ ହୋଇ ନିର୍ବାଚନରେ ଲଢେଇ କଲେ, କୌଣସି ଅଦୃଶ୍ୟ ଶକ୍ତି ଆପଣଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରି ପାରିବ ନାହିଁ ବୋଲି କହିବା ସହିତ ସମସ୍ତ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚିତ କରିବାକୁ ଶପଥ ନିଅନ୍ତୁ ବୋଲି ବକ୍ତବ୍ୟ ରଖିଥିଲେ ଯୁବ ନେତା ଅର୍କେଶ ।

ଆଜି ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱ ତଥା ସ୍ୱଭାବରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବରେ ବୈଦିପାଲିର ସନ୍ତୋଷ କୁମାର ସାହୁ ଏବଂ ଶିବତଲାର ବିକାଶ ଛତ୍ରିଆଙ୍କ ନେତୃତ୍ୱରେ ଅନେକ କର୍ମକର୍ତ୍ତା କଂଗ୍ରେସ ଓ ବିଜେପିରୁ ସ୍ୱତଃପ୍ରବୃତ୍ତ ଭାବରେ ବିଜେଡ଼ିରେ ସାମିଲ ହୋଇଥିଲେ । ସଭାରେ ବଲାଙ୍ଗିର ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟନାରାୟଣ ଭୋଇ, ଜିଲ୍ଲା ସାଧାରଣ ସଂପାଦକ କୈଳାଶ ଚନ୍ଦ୍ର ମହାନ୍ତି, ସମ୍ପାଦକ କୁଳମଣି ମେହେର, ସୁଶିଲ ଚାନ୍ଦ, ଲକ୍ଷ୍ମଣ ମେହେର, ନିହାର ରଞ୍ଜନ ସ୍ୱାଇଁ, ବାଲକୃଷ୍ଣ ବେହେରା, ସାଗର ସଂଗମ ଶତପଥୀ, ରାଜ୍ୟ ଛାତ୍ର ସମ୍ପାଦକ ସୁମନ ନନ୍ଦ, ଶିବ ପ୍ରସାଦ ବେହେରା, ଅସରଫ ଖାନ, ବଟୁ ସିଂ, ପିଙ୍କୁ ପଧାନ, ନରେନ୍ଦ୍ର ପାତ୍ର, ସୋମନାଥ ରାଉତ, ପାଲେଶ୍ୱର ଭୋଇ, ଅର୍ଜୁନ ଛତ୍ରିଆ ତଥା ଅନେକ ନେତୃବୃନ୍ଦ ମତବ୍ୟକ୍ତ କରିଥିବା ବେଳେ ବ୍ଲକ ଯୁବ ସଭାପତି ଆଶୀର୍ବାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ପଞ୍ଚାୟତରୁ ଶତାଧିକ କର୍ମକର୍ତ୍ତାଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.