jayashree

ପ୍ରଭାବତୀ ପବ୍ଲିକ ସ୍କୁଲରେ ଏକ ଦିବସୀୟ ଶିକ୍ଷକଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା କ୍ଷେତ୍ରରେ ଦିନକୁ ଦିନ ନୂଆ ନୂଆ ପାଠ୍ୟକ୍ରମ ଯୋଡି ହେଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ କିଭଳି ସେହି ପାଠ୍ୟକ୍ରମକୁ ନୂଆ ଢଙ୍ଗରେ ପଢେଇ ହେବ ସେ ଦିଗରେ ଏକ ସୁନ୍ଦର ପଦକ୍ଷେପ ସ୍ଥାନୀୟ ପିପଲପଦର ସ୍ଥିତ ପ୍ରଭାବତୀ ପବ୍ଲିକ ସ୍କୁଲ ତରଫରୁ ରବିବାର ଦିନ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳରୁ ଶିକ୍ଷକଶିକ୍ଷୟତ୍ରୀମାନେ ଆସି ଯୋଗ ଦେଇଛନ୍ତି । ଏହି ଅବସରରେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯାଇଥିଲା । ଏହି ଅବସରରେ ସିବିଏସ୍‌ଇ, ସିଓଇ ଭୁବନେଶ୍ୱର ତରଫରୁ ମୁଖ୍ୟ ବକ୍ତା ଭାବେ ଆଲୋକ କୁମାର ମହାନ୍ତି(ଗଞ୍ଜାମ), ଡ. ଜି. ବିନୋଦ କୁମାର (ରାୟଗଡ଼ା)ରୁ ଆସି ଉପସ୍ଥିତ ଥିବା ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କୁ କିପରି ଶିକ୍ଷା ପ୍ରଦାନ କରିବେ ସେ ଦିଗରେ ଆଲୋକପାତ କରିଥିଲେ । ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜଟି, ଏଗଜି କ୍ୟୁଟିବ ଡାଇରେକ୍ଟର ଶ୍ରୀମତି ଅନିତା ସାହୁ, ସ୍କୁଲ ଭାଇସ୍ ପ୍ରିନ୍ସିପାଲ ପିତାମ୍ବର ଶର୍ମା, ଡ଼ାଇରେକ୍ଟର ଏଡ୍‌ମିନ୍‌ ଧରିତ୍ରୀ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.