ନିମ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌‌ ଦ୍ଵାରା ପ୍ରଶିକ୍ଷଣ ଶିବିର କୋକସରା ଠାରେ ଅନୁଷ୍ଠିତ

ଧର୍ମଗଡ଼, (ଭରତ ବିଶି) : ନିମ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌‌ ଦ୍ବାରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତଥି ଭାବେ ରାଜ୍ୟ ମୁଖ୍ୟ ସତ୍ୟବ୍ରତ ଦାସ ଏବଂ ଜିଲ୍ଲା ଅଧକ୍ଷ ଦ୍ବାରିକା ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ରାଜ୍ୟ ମାନବାଧିକାର କମିଶନ ଓ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ମିଡିଆ ଅଫିସର କିଶନ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ବ୍ଲକ ସ୍ତରରେ ମିସ୍ତ୍ରୀମାନଙ୍କୁ ଏହା ଦ୍ବାରା ପ୍ରଶିକ୍ଷଣ କରି ସ୍ବାବଲମ୍ବୀ କରିବା ସହ ରୋଜଗାର ଯୋଗାଇବା ଲକ୍ଷ୍ୟ ରଖାଯାଇଛି । ପ୍ରଶିକ୍ଷଣ ୪୫ ଦିନ ଯାଏ କୋକସରା ବ୍ଲକର ମହିମା ଗ୍ରାମ ପଞ୍ଚାୟତରେ ଚାଲିବ । ମୂଳଲକ୍ଷ୍ୟ ମିସ୍ତ୍ରୀମାନଂକୁ ଉନ୍ନତ ଆଉ ଆଧୁନିକ ଜ୍ଞାନକୌଶଳର ଶିକ୍ଷ୍ୟା ପ୍ରଦାନ କରିବା । ୪୫ ଦିନର ଟ୍ରେନିଂ ପରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ମିସ୍ତ୍ରୀ ମାନଂକୁ ଏନ୍‌ଏସ୍‌ଡ଼ିସି ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯିବ ।

Leave A Reply

Your email address will not be published.