oom

ଟିଟିଲାଗଡ ବ୍ରାହ୍ମଣ ସମାଜ ତରଫରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ବ୍ରାହ୍ମଣ ସମାଜ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୧ ଜଣ ବ୍ରାହ୍ମଣ ବଟୁଙ୍କୁ ବ୍ରତ କରାଯାଇଥିଲା । ଏପ୍ରିଲ ୯ ତାରିଖରେ ସମସ୍ତ ବଟୁଙ୍କ ଚାରିକର୍ମ କାର୍ଯ୍ୟ କରାଯାଇ ୧୦ ତାରିଖରେ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପ୍ରାଙ୍ଗଣରେ ପୂଜା କାର୍ଯ୍ୟ ଆରମ୍ଭ କଲାପରେ ସମସ୍ତ ବଟୁଙ୍କୁ ମାମୁଁମାନଙ୍କ ଦ୍ୱାରା ପଞ୍ଚଗ୍ରାସି କରାଯାଇଥିଲା । ତାପରେ ସୂର୍ଯ୍ୟଙ୍କୁ ଜଳ ଦେବା ପରେ ଥାଳଧରା ରୀତିନୀତି ପରେ ରୋଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏହି ବ୍ରତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ଏହି ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବ୍ରାହ୍ମଣ ସମାଜର ସଭାପତି ବିଶ୍ୱରାମ ଠାକୁର, ସମ୍ପାଦକ ବନମାଳୀ ଦାସ, ବରିଷ୍ଠ ସଦସ୍ୟ ରାଜୀବ ଲୋଚନ ପାଢୀ, ରାଜୁ ମିଶ୍ର, ଚିନ୍ତାମଣି ମହାପାତ୍ର, ସୁବୋଧ ଦାସ, ଜିତେନ୍ଦ୍ର ଦାସ, ରାମ ପ୍ରସାଦ ମିଶ୍ର, ବିକ୍ରମ ଆଚାର୍ଯ୍ୟ, ଅଖିଳ ପଣ୍ଡା, ଭବାନୀ ପ୍ରସାଦ ହୋତା, ସୁଶିଲ କୁମାର ମିଶ୍ର, ବୃନ୍ଦାବନ ପଣ୍ଡା, ଯୁଗଳ କିଶୋର ଷଡଙ୍ଗୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ଏହି ସାମୁହିକ ବ୍ରତୋପନୟନ ଅବସରରେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ, ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଟିଟିଲାଗଡ଼ର ଉପଜିଲ୍ଲାପାଳ ଦୟାମୟ ପାଢୀ, ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଜୈନ, ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ବାଳକ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରବୀର ପଣ୍ଡା ଯୋଗଦେଇ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.