oom

ଟିଟିଲାଗଡ଼ ସାହିତ୍ୟ ସଂସ୍କୃତି ପକ୍ଷରୁ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ପରିସରରେ ବିଷୁବ ମିଳନ ଉତ୍ସବ ସଭାପତି ଜ୍ୟୋତି ପ୍ରକାଶ ଗଡତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅନୁଷ୍ଠାନର ସଦସ୍ୟ ସ୍ଵର୍ଗତ ସଚ୍ଚିକାନ୍ତ ରଥଙ୍କ ଅକାଳ ବିୟୋଗରେ ଶୋକସଭା ଅନୁଷ୍ଠିତ ହେବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା ପରିଚାଳନା କରିଥିଲେ ଭିକାରି ଚରଣ ମିଶ୍ର । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଶାନ୍ତ କୁମାର ସ୍ୱାଇଁ, ମୁଖ୍ୟ ବକ୍ତା ଡ. ସଚିଦାନନ୍ଦ କର ଆସି ସାରସ୍ଵତ ଚେତନାର ବାର୍ତ୍ତାବହ ସାଜି ଏହି ବିଷୁବ ମିଳନ ସାହିତ୍ୟକୁ ଏକ ନୂତନ ଦିଗ ଦେବାରେ ସହାୟକ ହୋଇପାରୁଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଟିଟିଲାଗଡ଼ର ଲେଖକ ତଥା ମହିଳା ପ୍ରସୂତି ରୋଗ ବିଶେଷଜ୍ଞ ଡ. ଘନଶ୍ୟାମ ଜୈନ ବିଷୁବ ସମ୍ମାନ, ଶିକ୍ଷା ସମ୍ମାନରେ ଶ୍ରୀମତୀ ଉଷାରାଣୀ ବିଶ୍ଵାଳ, ଶିଳ୍ପୀ ସମ୍ମାନରେ ଓମ୍‌ ପ୍ରକାଶ ସାହୁ ଓ କୋଶଳ ପ୍ରବାହ ସମ୍ମାନରେ ଗଜେନ୍ଦ୍ର ବାଗଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜଗନ୍ନାଥ ପଣ୍ଡା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଉପ ସଭାପତି ବୃନ୍ଦାବନ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ପ୍ରଶାନ୍ତ ବେହେରା, ରାଜୁ ମିଶ୍ର, ବନମାଳୀ ଦାସ, ରାଜୀବ ଲୋଚନ ପାଢ଼ୀ, ବ୍ରହ୍ମାନନ୍ଦ ପୁହାଣ, ଡ. ଦଳଗୋବିନ୍ଦ ବିଶି, ସଞ୍ଜୟ ଅଗସ୍ତି, ସତ୍ୟବ୍ରତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.