jittmm
sonalika

“ପ୍ରେସ କାଉନସିଲ ଅଫ ଇଣ୍ଡିଆ ” କିମ୍ବା ଏହାର ହିନ୍ଦୀ ଅନୁବାଦ ” ଭାରତୀୟ ପ୍ରେସ ପରିଷଦ “ନାମରେ ନିବନ୍ଧନ ଓ ବ୍ୟବହାରକୁ ବାରଣ

ବାରିପଦା, (ଦେବସ୍ମିତ ଚୌଧୁରୀ) : ପ୍ରେସ କାଉନ୍ସିଲ୍ ଅଫ୍ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଏକ ବୈଧାନିକ ଅଙ୍ଗ, ଯାହାକି ‘ପ୍ରେସ କାଉନ୍ସିଲ୍ ଆକ୍ଟ, ୧୯୭୮ ଅନୁଯାୟୀ ଗଠିତ । ଏହାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି – ପ୍ରେସର ସ୍ୱାଧୀନତାକୁ ସୁରକ୍ଷିତ କରିବା ଓ ଭାରତରେ ସମ୍ବାଦପତ୍ର ଓ ସମ୍ବାଦ ସଂସ୍ଥାମାନଙ୍କର ମାନଦଣ୍ଡକୁ ରକ୍ଷା କରିବା । ଏଠାରେ ଉଲ୍ଲେଖ ଯୋଗ୍ୟକି, ନୂଆ ଦିଲ୍ଲୀସ୍ଥିତ ସୂଚନା ଭବନ,ସିଜିଓ କମ୍ପ୍ଲେକ୍ସ, ଲୋଦି ରୋଡ଼ ଠାରେ ପ୍ରେସ କାଉନସିଲର ସଚିବାଳୟ କାର୍ଯ୍ୟ କରୁଥିବା ବେଳେ ଏହାର କୌଣସି ରାଜ୍ୟ ଶାଖା ନାହିଁ, କିମ୍ବା ଏହି ନାମରେ ନାମିତ କୌଣସି ପ୍ରାଧିକୃତ ଅଙ୍ଗ ଅନ୍ୟ କୌଣସି ସ୍ଥାନରେ କାର୍ଯ୍ୟ କରେ ନାହିଁ । ମାତ୍ର ସମ୍ପ୍ରତି ଏହି ‘ପ୍ରେସ କାଉନ୍ସିଲ୍’ ଶବ୍ଦଟି ଅନ୍ୟ ପ୍ରେସ ସଂଗଠନମାନଙ୍କ ଦ୍ୱାରା ବ୍ୟବହୃତ ହେବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି ଯା ଦ୍ୱାରା ଏହା ଯେ କେବଳ ପ୍ରେସ କାଉନ୍ସିଲ୍ ଅଫ୍ ଇଣ୍ଡିଆର ଅସ୍ତିତ୍ୱ ଓ ପ୍ରତିଷ୍ଠାର ମର୍ଯ୍ୟାଦା ହାନି କରୁଛି ତା ନୁହେଁ, ବରଂ ଏହାର ବୈଶିଷ୍ଟ୍ୟପୂର୍ଣ୍ଣ ନାମ ଓ ଅଦ୍ଵିତୀୟ ଶକ୍ତି ଉପରେ ପ୍ରଭାବ ପକାଉଛି । ବିଧି ମାମଲା ବିଭାଗ ସ୍ପଷ୍ଟ ମତ ଦେଇଛନ୍ତି କି କେନ୍ଦ୍ର ସରକାରଙ୍କର ବିନା ଅନୁମତିରେ ଏହି ଶବ୍ଦକୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ଆଇନ ବିରୁଦ୍ଧ, ଯାହାକି ଚିହ୍ନ ଓ ନାମର ଅନୁଚିତ ବ୍ୟବହାର ନିବାରଣ ନିୟମ ୧୯୫୦ ‘Emblems and Names (Prevention of Improper Use) Act 1950 ଅନୁସାରେ ଅବୈଧ ଅଟେ । ଏହି ପରିପ୍ରେକ୍ଷୀରେ କୌଣସି ସ୍ଥାନୀୟ ସଂସ୍ଥା କିମ୍ବା ସରକାରୀ ସଂସ୍ଥା/ସଂଗଠନମାନଙ୍କ ପ୍ରତି ‘ପ୍ରେସ କାଉନ୍ସିଲ୍’ କିମ୍ବା ଏହାର ହିନ୍ଦୀ ଅନୁବାଦ “भारतीय प्रेस परिषद” ନାମରେ ନିବନ୍ଧନ ବା ବ୍ୟବହାରକୁ ସର୍ବଦା ବାରଣ କରାଯାଉଛି । ଏହାର ଉଲଂଘନରେ ବିଧି ବ୍ୟବସ୍ଥା ଅନୁଯାୟୀ ଉଲଂଘନକାରୀ ବ୍ୟକ୍ତିବିଶେଷ ବା ଅନୁଷ୍ଠାନ/ସଂସ୍ଥାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରାବଧାନ ରହିଛି ।

Leave A Reply

Your email address will not be published.