ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଜନସାଧାରଣଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ଯାହା ଜାଣି ଲୋକେ ଆନନ୍ଦିତ ହୋଇଥାନ୍ତି । ଯାହା ହେଉ ଦୀର୍ଘ ଦିନରୁ ଲାଗି ରହି ଥିବା ସମସ୍ୟାର ସମାଧାନ ହୋଇ ଲୋକେ ଉପକୃତ ହେବେ ବୋଲି ନୂତନ ଆଶା ସଂଚାର ହୋଇଥାଏ । ହେଲେ କେତେକ ଦୁର୍ନୀତି ଖୋର ଅଧିକାରୀଙ୍କ ପକେଟ ଗରମ ନୀତିରେ ସବୁ ଓଲଟ ପାଲଟ ହୋଇ ଯଥା ପୂର୍ବମ୍ ତଥା ପରଂରୁ ଆହୁରି ସମସ୍ୟାରେ ଛନ୍ଦି ହୋଇ ଲୋକେ ହନ୍ତସନ୍ତ ହେଉ ଥିବା ସୂଚନା ମିଳିଛି । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ମୁଖ୍ୟାଳୟରେ ଥିବା ବଡ଼ବନ୍ଧର ଉନ୍ନତିକରଣ ପାଇଁ କ୍ରିଟିକାଲ ଗେପ ଫଣ୍ଡ ଆର୍ଥିକ ବର୍ଷ ୨୦୨୩ -୨୫ରୁ ସର୍ବମୋଟ ୨୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ଯାହା ତିନୋଟି ସ୍ତରରେ ଭାଗ ହୋଇ ୮ ଲକ୍ଷ (ଭାଗ ୧) ସୌନ୍ଦର୍ଯ୍ୟକରଣ ପାଇଁ ଏବଂ ୮ ଲକ୍ଷ (ଭାଗ ୨) ଓ ୮ ଲକ୍ଷ (ଭାଗ ୩) ବନ୍ଧର ପୁନରୁଦ୍ଧାର ପାଇଁ ବ୍ୟବହୃତ ହୋଇଛି । ତଦ୍ ସହିତ ଝାରବନ୍ଧ ଗ୍ରାମ ପଂଚାୟତ ଅଧିନସ୍ଥ ସମ୍ପୃକ୍ତ ବଡ଼ବନ୍ଧର ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୯ ଲକ୍ଷ ଟଙ୍କା, ୨୦୨୩- ୨୪ ଆର୍ଥିକ ବର୍ଷରେ ୯ ଲକ୍ଷ ଟଙ୍କା ଏବଂ ୨୦୨୩ -୨୪ ଆର୍ଥିକ ବର୍ଷରେ ୩ ଲକ୍ଷ ଟଙ୍କା ସର୍ବମୋଟ୍ ୨୧ ଲକ୍ଷ ଟଙ୍କା ମାଟି କାମ ପାଇଁ ମଞ୍ଜୁର ହୋଇଥିବା ବେଳେ ସର୍ବମୋଟ୍ ୧୯, ୪୫, ୭୨୬ ମନରେଗା ଯୋଜନାରେ ମାଟିକାମ ବାବଦକୁ ବିଲ୍ ହୋଇଥିବା ଜଣାପଡିଛି । ଝାରବନ୍ଧ ବଡ଼ବନ୍ଧରେ ଖର୍ଚ୍ଚ ହେବା ପାଇଁ ଆସିଥିବା କ୍ରିଟିକାଳ ଗେଫ ଫଣ୍ଡର ୨୪ ଲକ୍ଷ ଟଙ୍କାର ସଦ୍ବିନିଯୋଗ ନହୋଇ ଦୁର୍ନୀତି ହୋଇ ଥିବାର ତଦନ୍ତ ପାଇଁ ବରଗଡ଼ ଜିଲ୍ଲାପାଳଙ୍କୁ ୨୩.୦୯.୨୪ରେ ଅଭିଯୋଗ ହୋଇଥିଲା । ଯାହା ଜିଲ୍ଲାପାଳଙ୍କ ଆଦେଶରେ ସହକାରୀ ଜିଲ୍ଲାପାଳ ପଦ୍ମପୁର ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ପାଇକମାଲଙ୍କୁ ବଡ଼ବନ୍ଧ କାମର ତଦନ୍ତ ପାଇଁ ଆସିଥିଲେ । ପୁନର୍ବାର ଝାରବନ୍ଧ ବଡ଼ବନ୍ଧରେ କ୍ରିଟିକାଲ ଗେଫ ଫଣ୍ଡରୁ ୨୪ ଲକ୍ଷ ଟଙ୍କା କିପରି ସରିଲା ସମସ୍ତ ଗ୍ରାମବାସୀ ଜାଣିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ଯଦି ଏହା ତଦନ୍ତ ନହୋଇ କାର୍ଯ୍ୟାନୁଷ୍ଠାନ ନହେଲେ ବ୍ଲକ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନ ବସିବୁ ବୋଲି ୦୪.୧୧.୨୦୨୪ରେ ଲିଖିତ ଭାବେ ଜଣାଇଥିଲେ । ଯାହା ଆଜି ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ ସନ୍ତୁଷ୍ଟ ନହୋଇ ଝାରବନ୍ଧ ବ୍ଲକ ସମ୍ମୁଖରେ ଆମରଣ ଅନଶନ ବସିଛୁ ବୋଲି ବରଗଡ଼ ଜିଲ୍ଲାପାଳଙ୍କୁ ଝାରବନ୍ଧ ବିଡ଼ିଓଙ୍କ ମାଧ୍ୟମରେ ଆଜି ଆମରଣ ଅନଶନକାରୀ ଲିଖିତ ଭାବେ ଜଣାଇ ଆମରଣ ଅନଶନରେ ବସିଛନ୍ତି । ଆମରଣ ଅନଶନକାରୀ ମାନଙ୍କ ଅଭିଯୋଗ ମୁତାବକ ଝାରବନ୍ଧ ଗ୍ରାମ ପଞ୍ଚାୟତ ତରଫରୁ ୩ ଗୋଟି ଫାଇଲ୍ରେ ୧୯ ଲକ୍ଷ ମନରେଗା ଟଙ୍କାର ମାଟି କାମରେ ମହାଦୁର୍ନୀତି ହୋଇ ଟଙ୍କା ଆତ୍ମସାତ ହୋଇ ଝାରବନ୍ଧ ବଡ଼ବନ୍ଧର ଅବସ୍ଥା ସଙ୍କଟାପର୍ଣ୍ଣ ଥିବା କହିଛନ୍ତି । ସରକାର ଲୋକମାନଙ୍କ ପାଇଁ ଲୋକମାନଙ୍କ ଦ୍ୱାରା କିପରି ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହେବ ବୋଲି ପ୍ରଚୁର ମାତ୍ରାରେ ଅର୍ଥ ପ୍ରଦାନ କରୁଛନ୍ତି, ହେଲେ ତାହାର ସଫଳ ରୂପାୟନ ହେବା ପରିବର୍ତ୍ତେ ଝାରବନ୍ଧ ବଡ଼ବନ୍ଧରେ ନିର୍ଭର କରୁଥିବା ୧୦ ହଜାର ଲୋକ ସୁବିଧା ପାଇବାରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ କ୍ରିଟିକାଲ ଗେ’ ଫଣ୍ଡ ଏବଂ ମନରେଗା ଯୋଜନାର ଟଙ୍କା ହରିଲୁଟ ହୋଇଥିବା ହୋଇଛି ବୋଲି ଅନଶନକାରୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ କ୍ରିଟିକାଲ ଗେଫ ଫଣ୍ଡର ୩ ଗୋଟି ଫାଇଲ୍ର ମାଟିକାମ ହୋଇଛି ଏବଂ ବର୍ତମାନ ମଧ୍ୟ ବଡ଼ବନ୍ଧରେ ୮ରୁ ୧୦ ଫୁଟ୍ ପାଣି ଅଛି ଏବଂ ଲୋକେ ଆନନ୍ଦରେ ବ୍ୟବହାର କରୁଛନ୍ତି । ଆପଣଙ୍କ ଦ୍ୱାରା ହୋଇଥିବା ତଦନ୍ତରେ ଆମେ ସନ୍ଦେହ କରୁଥିବା ଦୁର୍ନୀତିର ସତ୍ୟତା ଜାଣି ପାରିଲୁ ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଏକ ଚିଠିରେ ଜଣାଇଛନ୍ତି । ବଡ଼ବନ୍ଧରେ ହୋଇଥିବା କାମ ସତ୍ୟତା ଲୋକ ଲୋଚନକୁ ଆଣିବା ପାଇ ଉଚିତ୍ ତଦନ୍ତର ଆବଶ୍ୟକ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ । ଆମରଣ ଅନଶନରେ ବସିଥିବା ଅନଶନକାରୀ ସନ୍ତୋଷ କୁମାର ବେହେରା, ବିକାଶ କୁମାର ଅଗ୍ରୱାଲ, ରାମକୃଷ୍ଣ ପ୍ରଧାନ, ରମ୍ଭା ପଟେଲ, ଲୋକନାଥ ରଣା, କବିତା ବାଗ ପ୍ରମୁଖ ମୋଟ୍ ୪୩ ଲକ୍ଷ ଟଙ୍କା ବିନିଯୋଗରେ ହୋଇଥିବା କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି । ବଡ଼ବନ୍ଧ ଦୁର୍ନୀତିର ତଦନ୍ତ ଦାବିରେ ବସିଥିବା ଆମରଣ ଅନଶନକୁ ଖଟିଖିଆ ସଂଗଠନର ସଭାପତି ଭୋଜରାଜ ବାଗ ଏବଂ ସାଥି ସମର୍ଥନ କରିଥିବା ବେଳେ ଛୋଟଅନକି ସମିତି ସଭ୍ୟ ସତ୍ୟମ ପ୍ରଧାନ, ଛୋଟଅନକି ସରପଞ୍ଚ ଚିନ୍ତାମଣି ରାଉତ, କୁଲ୍ଲୁପାଲି ପୂର୍ବତନ ସରପଞ୍ଚ ତୁକାରମ ପଟେଲ ତଥା ସଚେତନ ନାଗରିକ ଝାରବନ୍ଧ ଅଞ୍ଚଳବାସୀ ଆମରଣ ଅନଶନକୁ ସମର୍ଥନ ଜଣାଇ ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି ।