oom

ଶ୍ରଦ୍ଧା ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଦିବ୍ୟାଙ୍ଗଙ୍କ ପ୍ରତି ସାମାଜିକ ପ୍ରତିବଦ୍ଧତା ରଖି କାର୍ଯ୍ୟ କରୁଥିବା ଶ୍ରଦ୍ଧା ଅନୁଷ୍ଠାନ ଓ ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ଭଞ୍ଜଭବନ ପରିସରରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଆଇନଜୀବୀ ଗିରୀଶ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ସଂଯୋଜନା ତଥା ସାଧାରଣ ସମ୍ପାଦକ କାର୍ତ୍ତିକ ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିନୁଲତା ମହାରଣା ମୁଖ୍ୟଅତିଥି, ଡ଼ଃ ଅନ୍ତର୍ଜୀତା ନାୟକ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଫାଦର ବେନଚାନ୍, ଡାକ୍ତର ସମୀର ପାତ୍ର, ଡ଼ଃ ରାମକୃଷ୍ଣ ବିଶ୍ୱାଳ, ଓଡ଼ିଶା ମାଇନିଙ୍ଗ କର୍ପୋରେସନର କୋଇଡାର ଆଞ୍ଚଳିକ ପ୍ରବନ୍ଧକ ପ୍ରଦ୍ୟୁମ୍ନ କୁମାର ନାୟକ,ଏସ୍‌ଏସ୍‌ଏସ୍‌ଓ ମୀନୁ ତାଣ୍ଡିଆ, ଟିପିଡବ୍ଲୁଓଡିଏଲର ଅରୁଣା ମାରାଣ୍ଡି ପ୍ରମୁଖ ଯୋଗଦେଇ ଆଜି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଶ୍ରୀ ପାଣ୍ଡବ ସ୍ୱାଗତ ଭାଷଣ ଓ ସମ୍ପାଦକୀୟ ବିବରଣୀ ପାଠ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଦିବ୍ୟାଙ୍ଗ ପାଇଁ ସମସ୍ତ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ୨୦୧୬ରେ ଜାତିସଂଘ ତଥ୍ୟ ଅନୁସାରେ ୨୧ପ୍ରକାର ଦିବ୍ୟାଙ୍ଗକୁ ସ୍ୱୀକୃତି ମିଳିପାରିଛି । ଭିନ୍ନକ୍ଷମଙ୍କ ଅଧିକାର ହିଁ ମାନବ ଅଧିକାର ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଡ଼ଃ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦିବ୍ୟାଙ୍ଗଙ୍କ ମଧ୍ୟରୁ କ୍ଷମତା ବାହାର କରି ତାକୁ ଲୋକ ଲୋଚନକୁ ଆଣିବାକୁ ପଡ଼ିବ । ସେମାନଙ୍କ ପ୍ରତିଭାକୁ ବିକଶିତ କରି ପାରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ପାରିଲେ ଆଜି ଦିନ ପାଳନର ସାର୍ଥକତା ରହିବ । ଅନ୍ୟ ଅତିଥିମାନେ ଏ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଗାନ୍ଦୁର ଓରାମ୍‌, ଲୀଳା ତ୍ରିପାଠୀ, ମନୋଜ କୁମାର ରାୟ, ବିଶ୍ୱନାଥ ରାଉତଙ୍କୁ ଶ୍ରଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସ୍ୱୟଂପ୍ରଭା ପାଣ୍ଡବ ମାନପତ୍ର ପାଠ କରିଥିଲେ । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଅନ୍ତେବାସୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସୁଜାତା ରାଉତ, ପ୍ରୀତି ବାରିକ, ଅଞ୍ଜଳୀ ମହାରଣା, ସୁକୁମାର ପାଣ୍ଡବ, ଆଲୋକ ସାହୁ, ସିପୁନ ବେହେରା, ଦୁର୍ଯ୍ୟେଧନ ଛତ୍ରିଆ, କାର୍ତ୍ତିକ ରାଉତ, ଧୀରେନ୍ଦ୍ର ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.