ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ସ୍ୱତନ୍ତ୍ର ମାସିକ ସାହିତ୍ୟ ଆସରରେ ନାରୀ ସମ୍ମାନ ଆଜି ଓ ସବୁଦିନ ଆଲୋଚନା ଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ସମ୍ପାଦିକା କବିତା ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ରଖିଥିବାବେଳେ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ କାର୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରେ ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସେଠୀଙ୍କ ପୋରହିତ୍ୟରେ ସମ୍ମାନିତ ବକ୍ତା ଭାବେ ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ଯୋଗଦେଇ ରାଷ୍ଟ୍ରଗଠନରେ ନାରୀର ଭୂମିକା, ଗାଳ୍ପିକା ମୋନାଲିସା ମିଶ୍ର ପରିବାର ଓ ପେଶା ମଧ୍ୟରେ ସନ୍ତୁଳନ, ଡାକ୍ତର ଗୀତାଞ୍ଜଳି ପତ୍ରୀ ନାରୀ ସ୍ୱାସ୍ଥ୍ୟ ଓ ସୁସ୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପୌରହିତ୍ୟ ତଥା ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ, ନାରୀ ପାଖରେ ସହନଶୀଳତା, କ୍ଷମା, ମେଧା ଶକ୍ତି ଅଛି । ମାତୃତ୍ଵବୋଧ ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ । ନାରୀ ସବୁବେଳେ ମାନବିକତା ଚାହେଁ । ସେ କନ୍ୟା -ଝିଅ, ପ୍ରେମିକା – ପ୍ରେରଣା, ମହିଳା – ଶକ୍ତି, ଶକ୍ତି – ମା’ ତଥା ନାରୀ ହେଉଛି ଅତି ମାନବୀ ବୋଲି ମତ ରଖିବା ସହ ଶିକ୍ଷା ଓ ସ୍ୱଚ୍ଛତା ପରସ୍ପର ପରିପୂରକ କହିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ ଯୋଗଦେଇ ସୁମଧୁର ସଂଗୀତ ଗାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସବିତା ପରିଡ଼ା ଓ ଗୀତାଞ୍ଜଳି ମହାରଣାଙ୍କ ସଂଯୋଜନାରେ ମୀନକେତନ ପଶାୟତ, କୁଞ୍ଜବିହାରୀ ରାଉତ, ସ୍ୱପ୍ନା ମହାନ୍ତି, ଗାୟତ୍ରୀ ସେଠୀ, ନିକୁଞ୍ଜ ବିହାରୀ ଦାଶ, ଅଜୟ ମହାନ୍ତି, କିଶୋରୀ ମୋହନ କର, ବ୍ରହ୍ମାନନ୍ଦ ପାଢ଼ୀ, ଅଶୋକ କୁମାର ପଟ୍ଟନାୟକ, ବଳରାମ ଦାସ, ସବିତା ପରିଡା ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ପ୍ରିୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭୁଦତ୍ତ ବେହେରା, ସୁପ୍ରିୟା ଜେନା, ସୌଦାମିନୀ ମିଶ୍ର, କରୁଣାକର ପାଟ୍ଟଶାଣୀ, ରାଜଲକ୍ଷ୍ମୀ ସେନାପତି, ବ୍ରଜେନ୍ଦ୍ର ଦାଶ, ପ୍ରଭାସିନୀ ସାହୁ, ରୀନା ପାଢ଼ୀ, ରମେଶ ସାହୁ, କମ୍ୟୁନିଷ୍ଟ ଗୌଡ଼, ପ୍ରକାଶ ପାଢ଼ୀ, କୁଳମଣି ଦାସ, ଶ୍ରୀକାନ୍ତ ପାଣିଗ୍ରାହୀ, ଶରତ ଚନ୍ଦ୍ର ରାଉତ, ରବିନ୍ଦ୍ର ଠାକୁର, ସ୍ନେହଲତା ପଟ୍ଟନାୟକ, ଦିପ୍ତୀଲତା ବେହେରା, ପୁତୁଲ ଡୋଗ୍ରା, ରାଧାମୋହନ ନାୟକ, ଗଦାଧର ରଥ, ବସନ୍ତ କୁମାର ମହାରଣା, ସୂର୍ଯ୍ୟନାରାୟଣ ପଣ୍ଡା, ବିଜୟ କୁମାର ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।