oom

ପଦ୍ମପୁର ଏନ୍ଏସିର ବିକାଶକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କଲେ ବିଜେପି ପ୍ରତିନିଧି ଟିମ୍

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନ୍ଏସିରେ ଥିବା ବିଭିନ୍ନ ସମସ୍ୟା, ସରକାରୀ ସ୍ଥାନ ଖେଳାଲିଙ୍କ ପାଇଁ ବ୍ୟବହୃତ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଜବରଦଖଲ, ବର୍ଷା ସମୟରେ ଦେଖା ଦେଉଥିବା ଡ୍ରେନେଜ୍‌ ଗୁଡ଼ିକର ସମାଧାନ ନିମନ୍ତେ ଆଜି ମଧ୍ୟାହ୍ନରେ ଯୁବନେତା ପ୍ରୀତେଶ ବହିଦାରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତନିଧି ଟିମ୍ ପଦ୍ମପୁର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝିଙ୍କ ସହ ସାକ୍ଷାତକରି ସମସ୍ୟା ଗୁଡିକର ଜରୁରୀକାଳୀନ ପ୍ରତିକାର ସହ କାର୍ଯ୍ୟାନୁଷ୍ଠାନ ପାଇଁ ଆଲୋଚନା କରିଛନ୍ତି ଆହୁରି ପଦ୍ମପୁର ଏନ୍‌ଏସିର ସମସ୍ତ ଅଂଚଳରେ ବିକାଶ ନାମରେ ହୋଇଥିବା କର୍ଯ୍ୟ ଗୁଡିକରେ ବହୁ ଦୁର୍ନୀତିର ଆଭାଷ ମିଳୁଛି ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ରହିଛି ସେ ସବୁ କାର୍ଯ୍ୟ ଗୁଡିକର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଟିମ୍ ଦାବି କରିବାସହ ଆସନ୍ତା ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାଗୁଡିକ କିଭଲ କାର୍ଯ୍ୟକାରୀ ହୋଇ ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରିବ ଓ କିଭଳି ଲୋକମାନେ ଉପକୃତ ହୋଇ ପାରିବେ ସେ ବିଷୟରେ ଆଲୋଚନା କରିଛନ୍ତି । ଏହି ପ୍ରତିନିଧି ଟିମ୍‌ରେ ପଦ୍ମପୁର ନଗରର ବରିଷ୍ଠ ବିଜେପି ନେତା ଅଶୋକ ମିଶ୍ର, ସୁବାଷ ପାତ୍ର, ଡ. ନାରାୟଣ ପୁରୋହିତ, କାଉନ୍‌ସିଲର୍‌ କୁନାଲ ପାଣିଗ୍ରାହୀ, ହରି ସିଂ, ଆଦିତ୍ୟ ରଥ, ଜୋସ୍ନାରାଣୀ କର, ସରୋଜ ମିଶ୍ର, ନରୋତ୍ତତ୍ତମ ପ୍ରଧାନ, ପ୍ରତାପ ନାଥ, ପ୍ରହ୍ଲାଦ ମେହେର, ରାଜେଶ ଗୁର୍ଲା, ନରେଶ ସୁନ୍ଦର ସାହୁ, ଅମିତ ଗର୍ଗ, ସୁରେଶ ସାହୁ, ଦୀନେଶ ବାରିକ, ସୁରଜ ସୁନା, ରବି ସାହୁ, ଅନିଲ ଗୁର୍ଲା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଶଗ୍ରହଣ କରି ମତ ଉପସ୍ଥାପନ କରିଥିଲେ ।

jittmm
Leave A Reply

Your email address will not be published.