om academy

ଜମି ବିବାଦକୁ କେନ୍ଦ୍ରକରି ଦିବ୍ୟାଙ୍ଗଙ୍କୁ ଆକ୍ରମଣ ଅଭିଯୋଗ

jsm

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭାପୁର ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ଦିବ୍ୟାଙ୍ଗଙ୍କୁ ଆକ୍ରମଣ ହୋଇଥିବା ଅଭିଯାଗ ହୋଇଛି । ଲୁହା ରଡ୍, ଶାବଳ ଏବଂ ମାରଣାସ୍ତ୍ରରେ ମାଡ଼ ମାରି ଦିବ୍ୟାଙ୍ଗଙ୍କୁ ଲହୁଲୁହାଣ କଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ମାଡରେ ଦିବ୍ୟାଙ୍ଗଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଗୋଡ଼ ଭାଙ୍ଗିଯାଇଛି । ସୂଚନାନୁଯାୟୀ, ଭାପୁର ଗ୍ରାମର ରବି ନାରାୟଣ ପଣ୍ଡା ଜନ୍ମରୁ ଦିବ୍ୟାଙ୍ଗ । ସେ ନିଜ ଜାଗାରେ ଘର ନିର୍ମାଣ କରୁଥିଲେ । ହେଲେ ଶନିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ ଘର ଭାଙ୍ଗି ଦେଇଥିଲେ । ଏହାପରେ ୯ ଜଣ ଦୁର୍ବୃତ୍ତ ପୁନଃର୍ବାର ରବିବାର ରାତି ପ୍ରାୟ ୧୨ଟା ୩୦ରେ ୩ଟି ବାଇକରେ ଆସି ଶାବଳ, ଲୁହା ରଡ୍ ଏବଂ ମାରଣାସ୍ତ୍ର ଧରି ରବିଙ୍କ ବେକରେ ଖଣ୍ଡା ଲଗାଇ ଧମକ ଚମକ ଦେଇଥିଲେ । କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ରବିଙ୍କୁ ଲୁହା ରଡ ଓ ଶାବଳରେ ମାଡ଼ମାରି ଲହୁଲୁହାଣ କରି ପକାଇଛନ୍ତି । ରବିଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଛି । ତାଙ୍କୁ ରକ୍ଷା କରିବାକୁ ଆସି ତାଙ୍କ ସ୍ତ୍ରୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଖବର ପାଇ ପୋଲିସ ରବିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମାଡ଼ ମାରି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ୨ ଜଣ ଦୁର୍ବୃତ୍ତଙ୍କୁ ରବି ଚିହ୍ନଟ କରିଛନ୍ତି ।

Leave A Reply

Your email address will not be published.