jayashree

ତାତିରେ ରୋଜଗାର ଦେଉଛି ଆଖୁରସ : ପିଇବା ପାଇଁ ଲୋକଙ୍କ ଭିଡ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବାଲଙ୍ଗିର ଜିଲ୍ଲାରେ ତାତି ବଢିବାରେ ଲାଗୁଥିବା ବେଳେ ଲୋକେ ଘରୁ ପଦାକୁ ବାହାରିବା ଭାରି କଷ୍ଟ କରି ହୋଇପଡୁଛି । ତେବେ ଲୋକେ କାମ ଧନ୍ଦା ନ ପାଇବା ପରେ ଅନ୍ୟ ରାଜ୍ୟକୁ ଦାଦାନ ଖଟିବା ପାଇଁ ଯାଉଥିବା ବେଳେ ବର୍ତ୍ତମାନ ସମୟରେ ରୋଜଗାର ଦେଉଛି ଆଖୁରସ । ତେବେ ଟିଟିଲାଗଡ, ସଇଁନ୍ତଲା, ବଲାଙ୍ଗିର ଭଳିି ଅନେକ ସହରରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାକୁ ଲାଗୁଛି । ଲୋକେ ଏହି ସମୟରେ ଚା’ କିମ୍ବା ଗରମ ଜଳଖିଆକୁ ପସନ୍ଦ ନ କରି ଥଣ୍ଡା ପାନୀୟ ଏବଂ ସରବତ ପସନ୍ଦ କରିଥାନ୍ତି । ହେଲେ ବରଗାଁ, ସଇଁନ୍ତଲା, ଟିଟିଲାଗଡ, ଦେଓଗାଁ ଭଳି ଅନେକ ସ୍ଥାନରେ ଆଖୁରସର ଚାହିଦା ବଢିବାରେ ଲାଗିଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବିଜୟାନନ୍ଦ ଚିନି କଳ ବନ୍ଦ ହେବା ଏବଂ କରୋନା ମହାମାରୀ ଯୋଗୁଁ ଆଖୁ ଚାଷୀ ମାନେ ପୂର୍ବପରି ଆଉ ବହୁ ପରିମାଣରେ ଚାଷ କରୁନାହାନ୍ତି । ବର୍ତ୍ତମାନ କେତେକ ଚାଷୀ ଗୁଡ ପ୍ରସ୍ତୁତ କରିବା ଓ ଆଖୁରସ ପାଇଁ ଠେଲା ଦୋକାନୀ ମାନେ ହିଁ ସାହାର ସାଜିଛି । ତେବେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ପୁଣି ବେପାର ମାନ୍ଦା ଭାଲେଣି ପଡିବ ବୋଲି ଆଖୁଚାଷୀ ମାନେ ଚିନ୍ତିତ ଅଛନ୍ତି ।

Leave A Reply

Your email address will not be published.