oom

ବଲାଙ୍ଗିରରେ ପ୍ରଥମ ଥର ପାଇଁ ଏକ ଅତ୍ୟାଧୁନିକ ଏଡଭେଞ୍ଚର ପାର୍କ ଏ୩ ୱାଲ୍ଡ ଉଦଘାଟିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର): ବଲାଙ୍ଗିରରେ ପ୍ରଥମ ଥର ପାଇଁ ଏକ ଅତ୍ୟାଧୁନିକ ଏଡ୍‌ଭେଞ୍ଚର ପାର୍କ (ଦୁଃସାହସିକ ଉଦ୍ୟାନ) ଏ ଥ୍ରୀ ୱାଲ୍ଡ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ସହରରୁ ମାତ୍ର ୭ କିମି ଦୂର ଉଡାର ପଂଚାୟତ ଅଧିନରେ ଥିବା ଏକ ବନ ପାହାଡ ଘେରା ଜଲିଆ ଗ୍ରାମରେ ଏହାର ଶୁଭାରମ୍ଭ ହୋଇଯାଇଛି ।

ଏହି ଅବସରରେ ଏ ଥ୍ରୀ ୱାଲ୍ଡ ପରିସରରେ ଏକ ସମାରୋହରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଅତ୍ୟାଧୁନିକ ଉଦ୍ୟାନକୁ ଉଦ୍‌ଘାଟନ କରି ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ବଲାଙ୍ଗିରର ଜନତା ଆମୋଦ ପ୍ରମୋଦର ସୁବିଧା ପାଇ ପାରିବେ ଏବଂ ପର୍ଯ୍ୟଟନର ବିକାଶ ହେବ ବୋଲି ମତପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବଲାଙ୍ଗିର ପୋଲିସ ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ମଞ୍ଚାସିନ ରହି ବ୍ୟସ୍ତ ବହୁଳ ଜୀବନରେ ବଲାଙ୍ଗିର ଜିଲ୍ଲାବାସୀଙ୍କ ପାଇଁ ଏହା ଅତି ଆବଶ୍ୟକ ବୋଲି କହିଥିଲେ । ସଭା ପ୍ରାରମ୍ଭରେ ମଧୁ ବୈଶ୍ୟ (ଗୁଡିଆ) ସମାଜର ସଭାପତି ପାର୍କ ସମ୍ବନ୍ଧରେ ସୂଚନା ଦେଇ ସଭାକୁ ସଭାପତିତ୍ୱ କରିଥିଲେ ।

ଏ ଥ୍ରୀ ୱାଲ୍ଡର ସତ୍ତ୍ୱାଧିକାରୀ ସ୍ମାରକ ସରାଫ ଏହି ପାର୍କର ସୁବିଧା ଓ ଆମୋଦ ପ୍ରମୋଦ ଓ ଭବିଷ୍ୟତ ଉପରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ । ସଭାର ଅତିଥିମାନଙ୍କୁ ଅମ୍ବରିଶ ସରାଫ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ମୃତି ସରାଫ, ପ୍ରୀତି ସରାଫ, ଅମିତାବ ସରାଫ, ସନ୍ତକ ସରାଫ, ରମେଶ ଚନ୍ଦ୍ର ସାହୁ, ଅନିଲ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ସୂଚନାଯୋଗ୍ୟ ଯେ ୪ଏକର ପରିମିତ ଜମିରେ ଗଢି ଉଠିଥିବା ଏହି ପ୍ରାକୃତିକ ମନୋରମ ପରିବେଶର ଉଦ୍ୟାନ ଉଭୟ ଶିଶୁ ଓ ବୟସ୍କଙ୍କ ପାଇଁ ବହୁଳ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି । ଆଗାମୀ ଦିନରେ ଏଠାରେ ପର୍ଯ୍ୟଟକମାନଙ୍କ ରହିବା, ବୋଟିଂ ପାର୍କ ସହ ଟୋୟା ଟ୍ରେନ ତଥା ଆହୁରି ଅନେକ ବ୍ୟବସ୍ଥା କରାଯିବ ବୋଲି ସତ୍ତ୍ୱାଧିକାରୀ ସ୍ମାରକ ସରାଫ ସୂଚନା ଦେଇଥିଲେ ।

jittmm
Leave A Reply

Your email address will not be published.