centurian jitm

ଅବ୍ୟବସ୍ଥା ଘେରରେ ଧରଣୀମାଲ ଉଚ୍ଚ ବିଦ୍ୟାଳୟ : କେବେ ପଡ଼ିବ ପ୍ରଶାସନର ଦୃଷ୍ଟି

nschool

ନୂଆପଡ଼ା, (କେପିଏନ୍‌ଏସ୍‌) : ପୂର୍ବ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କୁ ରୂପାନ୍ତରିକରଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଶିକ୍ଷାନୁଷ୍ଠାନ ମାନଙ୍କୁ ପ୍ରଦାନ କରିବା ସହ ସ୍ମାର୍ଟ କ୍ଲାସ ସହିତ ଅନେକ ପ୍ରକାର ବ୍ୟବସ୍ଥା ପାଇଁ ଅଟକଳ ପ୍ରଦାନ କରିଥିଲେ । ହେଲେ ଆଜିକୁ ନୂଆ ସରକାର ବସି ଅନେକ ମାସ ବିତି ଗଲାଣି କିନ୍ତୁ ଏବେବି ଛାତ୍ରଛାତ୍ରୀମାନେ ପରିସ୍ରା ଯିବା ପାଇଁ ମୁଖ୍ୟ ରାସ୍ତା ଅତିକ୍ରମ କରୁଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ବାବେବିର ଗ୍ରାମପଞ୍ଚାୟତ ଧରଣୀମାଲ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଯାହା ପୁଅ ମାନଙ୍କ ଶୌଚାଳୟ ଅର୍ଦ୍ଧ ନିର୍ମାଣ ହୋଇ ରହିଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଠପ ହୋଇ ରହିଛି । ପିଇବା ପାଣି ଅଧ କିଲୋମିଟରକୁ ଯାଇ ଆଣିବାକୁ ପଡ଼ୁଛି ବୋଲି ଅଭିଯୋଗ ହୋଇଛି । ଇନ୍‌ଭେଟର ବ୍ୟବସ୍ଥା ପାଇଁ ବ୍ୟାଟେରୀ ଅଣା ଯାଇଛି ସତ ହେଲେ ଅତି ଦୁଃଖର ବିଷୟ ଯେ, ଏ ପର୍ଯ୍ୟନ୍ତ ସିଲ ମଧ୍ୟ ଖୋଲାଯାଇ ନାହିଁ । ସ୍କୁଲ ପରିସରର କଥା କହିଲେ ନ ସରେ, ଅନ୍ୟ ବିଦ୍ୟାଳୟ ମାନଙ୍କରେ ସୁନ୍ଦର ଭୋଜନାଳୟ ରହିଛି ହେଲେ ଏହି ସ୍କୁଲରେ ତାହା ସ୍ୱପ୍ନ ହୋଇ ରହିଛି । ଏପର୍ଯ୍ୟନ୍ତ ସ୍କୁଲ ସମ୍ମୁଖରେ ପେପର ବ୍ଲକ ମଧ୍ୟ ଲଗାଯାଇ ନାହିଁ । ସ୍କୁଲ ଉପରେ ଯାଇଛି ମୁକୁଳା ବିଦ୍ୟୁତ ତାର । ସେଥିରେ କେବେ ଯେ କେଉଁ ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ଛାତ୍ରଛାତ୍ରୀଙ୍କ ଜୀବନ ଯିବ ତାହା ସମୟ ହିଁ କହିବ । ଏମିତି ଅନେକ ପ୍ରକାର ସମସ୍ୟା ବିଦ୍ୟାଳୟକୁ ଘେରି ରହିଛି । ତେଣୁକରି ଏଥିପ୍ରତି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାକୁ ଦୂର କରିବା ପାଇଁ ଛାତ୍ରଛାତ୍ରୀମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.