ls

ୟୁଥ ଅଫ କନ୍ଧମାଳର ଅଭିନବ ପ୍ରୟାସ : ସପ୍ତାହନ୍ତ ସଟ ଡାଉନରେ ଭୋକିଲା ପେଟକୁ ଦାନା ବଣ୍ଟନ

sb

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ଭାରତ ବର୍ଷରେ କରୋନାର ଭୟାବହ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି । କରୋନାର କରାଳ ଦାଉରୁ ସମାଜର ନିମ୍ନବର୍ଗର ଲୋକମାନେ ଆର୍ଥିକ ଅନାଟନରେ ଦିନ ବିତାଉଛନ୍ତି । କନ୍ଧମାଳର ଏପରି ଏକ ଜାଗା ଅଛି ଯେଉଁଠି କି ଲୋକେ ଦି ଓଳି ଦି ମୁଠା ଖାଇ ପାରୁନାହାନ୍ତି, ଆଉ ଏବେ ମୂଲ ମଜୁରୀ ବି ବନ୍ଦ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ୟୁଥ୍ ଅଫ କନ୍ଧମାଳର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ବର୍ତ୍ତମାନ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହରର ପ୍ରଥମ ସପ୍ତାହନ୍ତରେ ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ବାହାରକୁ ଯାଇ ପାରୁନଥିବା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତରେ ଥିବା ବାଇକୁମ୍ପ, ତକଳି, କୁଟିଲାଝର, ଝାଡବଲସକୁମ୍ପା ଓ ଖାଲିବେରନା ଗ୍ରାମରେ ଏହି ଟିମ ପହଂଚି ଗ୍ରାମବାସୀ ମାନଙ୍କୁ ଖାଦ୍ୟ ପୁଡିଆ କରି ବଣ୍ଟନ କରିଥିଲେ । ଏହି ବଣ୍ଟନ କାର୍ୟ୍ୟକ୍ରମରେ ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ସମେତ ଅମରେଶ ଦନ୍ତ, ବଳରାମ ବିନ୍ଧାଣି, କରୁଣ ଭାଇ, ସୈାମ୍ୟଜିତ୍ ତ୍ରିପାଠୀ ଓ ଶିବ ସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇଥିଲେ ।

pc pk
Leave A Reply

Your email address will not be published.