ଚାକିରୀର ପ୍ରଲୋଭନ ଦେଖାଇ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା : ଥାନାରେ ଅଭିଯୋଗ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ପାରାଦୀପରେ ବୃଦ୍ଧି ପାଇବାରେ ଲାଗିଛି ଟଙ୍କା ରୋଜଗାର ନୂଆ ତରିକା । ମାତିଛନ୍ତି ବିଭିନ୍ନ କମ୍ପାନୀମାନଙ୍କର ଦଲାଲ । ଟାର୍ଗେଟ କରୁଛନ୍ତି ଶିକ୍ଷିତ ବେକାର ଯୁବକ ମାନଙ୍କୁ । ଚାକିରୀର ପ୍ରଲୋଭନ ଦେଖାଇ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ରାତାରାତି ହେଉଛନ୍ତି ମାଲାମାଲ । ଏଭଳି ଘଟଣା ଘଟିଛି ପାରାଦ୍ୱୀପ ବନ୍ଦର ମଧ୍ୟ୍ୟରେ କାର୍ୟ୍ୟରତ ଏକ କମ୍ପାନୀରେ । ବନ୍ଦର ମଧ୍ୟ୍ୟରେ ଥିବା ପିଆଇସିଟି ଅଧୀନରେ କାର୍ୟ୍ୟରତ ଥିବା ଏକ କମ୍ପାନୀ ଚନ୍ଦୁ ଆଣ୍ଡ କୋ’ରେ ଚାକିରୀ କରେଇ ଦେବା ପାଇଁ ୭ ଜଣ ଯୁବକଙ୍କ ପାଖରୁ ତିନି ଲକ୍ଷ ପଚାଶ ହଜାର ଟଙ୍କା ଠକି ନେଇ ଥିବା ଅଭିଯୋଗ ହୋଇଛି । ଠକାମୀର ଶିକାର ହୋଇଥିବା ଯୁବକମାନେ ଏ ନେଇ ପାରାଦ୍ୱୀପ ଆଦର୍ଶ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ଅଭିଯୋଗ ମୁତାବକ କୁଜଙ୍ଗ ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ଚିରଞ୍ଜିବି ନାୟକ, ଅମୀୟ ଚୌଧୁରୀ, ପିର ପ୍ରସାଦ ଦାସ, ସୁଜିତ ଦାସ, ପ୍ରଭାସ ରଞ୍ଜନ ମଲ୍ଲ, ଚିତ୍ତ ରଞ୍ଜନ ସାହୁ ଓ ମହାକାଳପଡା ରାମ ନଗର ଅଞ୍ଚଳର ଜୀବନ ପରିଡ଼ାଙ୍କୁ ଏହି କମ୍ପାନୀରେ କାମ ଯୋଗେଇ ଦେବାକୁ କହି ଜଗତସିଂହପୁରର ଜଣେ ଯୁବକ ପାରାଦ୍ୱୀପ ବଷ୍ଟାଣ୍ଡ ନିକଟରେ ଗତ ଜୁନ ମାସରେ ତିନି ଲକ୍ଷ ପଚାଶ ହଜାର ଟଙ୍କା ନେଇଥିଲେ । ଏହା ପରେ ଯୁବକ ଜଣକ ସେମାନଙ୍କ ଗେଟ୍‌ ପାସ କରାଇ ଜୁନ ୧୭ ତାରିଖଠାରୁ ଡିଉଟିକୁ ପଠେଇ ଥିଲେ । ଲଗାତାର ତିନି ମାସ କାମ କରିବା ପରେ ଦରମା ନ ମିଳିବାରୁ ଯୁବକ ମାନେ ଟଙ୍କା ଫେରସ୍ତ ମାଗିବାରୁ ସେମାଙ୍କୁ ଓଲଟା ଧମକ୍‌ ମିଳିଥିଲେ । ତେଣୁ ବାଧ୍ୟ୍ୟ ହୋଇ ହେଇ ଯୁବକମାନେ ପାରାଦ୍ୱୀପ ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

error: Content is protected !!