oom

ଗ୍ରାମବାସୀଙ୍କ ପକ୍ଷରୁ କୁଣ୍ଡାବୁଟୁଲା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟୁଲା ଛେଲିଆ ସାହୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ସାରଦା ପ୍ରସାଦ ଦାସଙ୍କୁ କୁଣ୍ଡାବୁଟୁଲା ଗ୍ରାମବାସୀଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି କୁଣ୍ଡାବୁଟୁଲା ଗ୍ରାମର ପ୍ରତେକ ଘରକୁ ଘର ଯାଇ ଥିବା ବେଳେ ସେଠାରେ ମହିଳାମାନେ ବନ୍ଦାପନା କରିବା ସହ ମୁଣ୍ଡିଆ ମାରିଥିଲେ । ତାଙ୍କରି ଜଣେ ଆଦର୍ଶ ଶିକ୍ଷକଙ୍କୁ ଆଜି ଗ୍ରାମର ଲୋକେ ବିଦାୟୀ ଦେଇଥିବା ଜଣାପଡିଛି । ତାଙ୍କର ଅବସରକାଲୀନ ହୋଇଥିବାରୁ ଲୋକେ ଦୁଃଖରେ ଭାଙ୍ଗି ପଡିଥିଲେ । ସେ ଗାଁ ରେ ଶିକ୍ଷକତା କରିବା ସହ ଲୋକମାନଙ୍କ ଦୁଃଖ ସୁଖରେ ସାମିଲ ହେଉଥିଲେ । ଗାଁ ଲୋକଙ୍କୁ କେବେ ବି ଭୁଲି ପାରିବେ ନାହିଁ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି । ସେ ୨୮ ସେପ୍ଟେମ୍ବର ୧୯୯୧ ମସିହାରେ ବିଦ୍ୟାଳୟ ରେ ଯୋଗ ଦାନ କରି ଅନେକ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢିଛନ୍ତି । ଦୀର୍ଘ ୩୦ ବର୍ଷ ଧରି ନିଷ୍ଠାର ସହ ପାଠ ପଢାଉଥିଲେ । ଏଥିରେ ବଙ୍ଗୋମୁଣ୍ଡା ଜୋନର ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, କୁଣ୍ଡାବୁଟୁଲା ସରପଂଚ ହରିବନ୍ଧୁ ବିଶ୍ୱାଲ, ପୂର୍ବତନ ସମିତି ସଭ୍ୟ ହଂସରାଜ ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧିର ସାହୁ, ସୁଦାମସାହୁ, ଝସକେତନ ସାହୁ, ନେପାଲ ବେହେରା, ସୁରେଶନ ବେହେରା, ସୁଦର୍ଶନ ବେହେରା, ବୃନ୍ଦାବନ ସାହୁ, ସୁରେଶ ସାହୁ, ମଧୁ ମାଝୀ, ଯୁଦ୍ଧିଷ୍ଠୀର ପରାଭୋଇ, ଘାସିରାମ ସାହୁ, ଭଗବାନ ଭୋଇ, ହରିବନ୍ଧୁ ଧନେଶ୍ୱର, ଖୁଦାଂଚି ରଣା, ସଞ୍ଜୟ ରଣା, ଭୀମ ସାଗର ଦାସ, ନିର୍ମଲା ସିଂ, ବୃନ୍ଦାବନ ସାହୁ, ପ୍ରତାପ ସାହୁ ପ୍ରମୁଖଙ୍କ ସମେତ ଗ୍ରାମବାସୀ ସାମିଲ ହୋଇଥିଲେ । ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସ୍ମରଣୀୟ କରିବା ପାଇଁ ଭଜନ କୀର୍ତ୍ତନରେ ଗ୍ରାମକୁ ପରିକ୍ରମା କରିଥିଲେ । ଏହି ଅବସରରେ ଉଭୟ ଶିକ୍ଷକ ଓ ଗ୍ରାମବାସୀ ଭାବ ବିହ୍ୱଳ ହୋଇଯାଇଥିବା ଦେଖିବାକୁ ମିଳିିଥିଲା ।

jittmm
Leave A Reply

Your email address will not be published.