om academy

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ଜଲିଆଦର୍ହ ଗ୍ରାମବାସୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ୍‌ କନ୍ଧକେଲ୍‌ଗାଁ ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ସଂପୃକ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ଜଲିଆଦର୍ହ ଗାଁର କିଛି ଜଣ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜାନ ପାଇଁ ଆମ୍ଭେମାନେ ରସିଦ୍‌ ପାଇଥିଲେ ସୁଦ୍ଧା ଆମକୁ ଆବାସ ଦିଆଯାଇନାହିଁ । ଏ ବିଷୟରେ ଆମେ ସଇଁନ୍ତଲା ବିଡ଼ିଓଙ୍କ ପାଖରେ ଅଭିଯୋଗ କରିଥିଲୁ । କିଛି କିଛି ଫଳ ମିଳିଲା ନାହିଁ । ତେବେ ସେମାନେ ଆହୁରି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, କନ୍ଧକେଲଗାଁ ଗ୍ରା.ପ.ର ନିର୍ବାହୀ ଅଧିକାରୀ ଆମମାନଙ୍କ ଆବଶ୍ୟକ କାଗଜପତ୍ର ନେଇଥିଲେ ସୁଦ୍ଧା କୌଣସି କାମ କଲେନାହିଁ । ପରବର୍ତ୍ତୀ ସମୟରେ କାଗଜପତ୍ର ଚିରି ହୋଇଗଲା ବୋଲି କହୁଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ସଂପୃକ୍ତ ଗ୍ରାମ ପଞ୍ଚାୟତରେ ଯେଉଁମାନଙ୍କ ଛାତଘର ରହିଛି, ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । କିନ୍ତୁ ଗରିବ ବାସହୀନ ଲୋକଙ୍କୁ ଏହି ଯୋଜନାରେ ସାମିଲ୍‌ କରାଯାଉନାହିଁ । ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଉଚିତ୍‌ ହିତାଧିକାରୀମାନଙ୍କୁ ଯୋଜନାରେ ସାମିଲ୍‌ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ସେମାନେ ଅନୁରୋଧ କରିଛନ୍ତି । ତେବେ ଏହି ଅଭିଯୋଗ ସଂପର୍କରେ ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କୁ ମୋବାଇଲ୍‌ ଦ୍ୱାରା ଯୋଗାଯୋଗ କରି ପଚରାଯିବାରୁ ସେ କହିଛନ୍ତି ଯେ, ସରକାରଙ୍କ ନିୟମ ଅନୁସାରେ ଚିହ୍ନଟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବେ । କୌଣସି ଗରିବ ବାସହୀନ ବ୍ୟକ୍ତିଙ୍କୁ ପଞ୍ଚାୟତ ପକ୍ଷରୁ ଅବହେଳା କରା ଯିବନାହିଁ ।

Leave A Reply

Your email address will not be published.