om academy

ଏସ୍‌-୪୦୦ ପରୀକ୍ଷଣ ଉପରେ ତୁର୍କି ରାଷ୍ଟ୍ରପତି ଆମେରିକାକୁ ଦେଲେ ଖୋଲମ୍‌ଖୋଲା ଧମକ୍‌ : ‘ଜାଣି ପାରୁନ, କାହା ସହ ଲଢ଼ୁଛ’

jsm

ଅଙ୍କାରା : ରୁଷ୍‌ର ଏସ୍‌-୪୦୦ ମିସାଇଲ୍‌ ଡ଼ିଫେନ୍ସ ସିଷ୍ଟମ୍‌ ଉପରେ ନାଟୋର ଦୁଇ ସଦସ୍ୟ ଦେଶ ଆମେରିକା ଓ ତୁର୍କି ମଧ୍ୟରେ କଥାବର୍ତ୍ତାରେ ଯୁଦ୍ଧ ଲାଗି ରହିଛି । ତୁର୍କିର ରାଷ୍ଟ୍ରପତି ରେସେପ ତେଇୟପ୍‌ ଏଦୋର୍‌ଗାନ୍‌ ସୁପର୍‌ ପାୱାର୍‌ ଆମେରିକାକୁ ଖୋଲମ୍‌ ଖୋଲା ଧମକ୍‌ ଦେଇଛନ୍ତି । ଏଦୋର୍‌ଗାନ୍‌ କହିଛନ୍ତି ଯେ, ଆମେରିକା ଜାଣିନି, ସେ କାହାର ସାମ୍‌ନା କରୁଛି । ଆମେ କୌଣସି ଦୁର୍ବଳ ରାଷ୍ଟ୍ର ନୋହୁଁ, ତୁର୍କି ଅଟୁଁ । ପୁଣି ସେ ସ୍ପଷ୍ଟ କରିଛନ୍ତି ଯେ, ରୁଷ୍‌ରୁ କିଣା ଯାଇଥିବା ଏସ୍‌-୪୦୦ ମିସାଇଲ୍‌ ଡିଫେନ୍ସ ସିଷ୍ଟମ୍‌ର ପରୀକ୍ଷଣ ବନ୍ଦ କରିବୁ ନାହିଁ । ସୂଚନା ଅନୁସାରେ ଏଦୋର୍‌ଗାନ୍‌ ଗତକାଲି ମାଲାଟୟା ସହରରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଆମେରିକା ଆମକୁ କହୁଛି ଏସ୍‌-୪୦୦ ରୁଷ୍‌କୁ ଫେରସ୍ତ କରିବା ପାଇଁ । ଅଥଚ ତୁର୍କି ଦୁର୍ବଳ ରାଷ୍ଟ୍ର ନୁହେଁ । ଆମେରିକା ଆମ ବିରୁଦ୍ଧରେ ଯାହା ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛି କାଳ ବିଳମ୍ବ ନ କରି ଲଗାଉ । ସେ ଆହୁରି କହିଛନ୍ତି ଯେ, ଆମେ ଆମେରିକାକୁ ଏଫ୍‌-୩୫ ଫାଇଟର୍‌ ଜେଟ୍‌ ପାଇଁ ଅର୍ଥ ଦେଇଛୁ, କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ତାହା ଆମକୁ ମିଳିନାହିଁ ।

Leave A Reply

Your email address will not be published.