ନୂଆଦିଲ୍ଲୀ : କରୋନା ଜୀବାଣୁ ଟୀକା ବିତରଣର ବ୍ଲୁପ୍ରିଣ୍ଟ ସ୍ଥିର କରାଯାଇ ସାରିଛି । ଶୀତଳ ଶୃଙ୍ଖଳା ଭିତ୍ତିଭୂମି ଏବଂ ଟୀକା ନେଟୱାର୍କକୁ ଶୃଙ୍ଖଳିତ କରିବାରେ ସରକାର ବ୍ୟସ୍ତ ଅଛନ୍ତି । ଏହି ସମୟରେ, ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରୁଛନ୍ତି ଯେ, ଅନେକ କରୋନା ଟୀକା ଅତ୍ୟଧିକ ନିମ୍ନ ତାପମାତ୍ରାରେ ସଂରକ୍ଷଣ ହେବା ଆବଶ୍ୟକ କରିବ । କେତେକଙ୍କ ପାଇଁ ମାଇନସ୍ ୭୦ ଡିଗ୍ରୀ ସେଲସିୟସ୍ର ତାପମାତ୍ରା ଆବଶ୍ୟକ । ଏଭଳି ପରିସ୍ଥିତିରେ ଟୀକା ପାଇଁ କେତେ ଶୀତଳ ଶୃଙ୍ଖଳା ସୁବିଧା ପ୍ରସ୍ତୁତ ହେବ, ସେଥିପାଇଁ ବିଶେଷଜ୍ଞମାନେ ଚିନ୍ତିତ ଅଛନ୍ତି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ପୂର୍ବତନ ମହାନିର୍ଦ୍ଦେଶକ ଡକ୍ଟର ଏନ.କେ.ଗାଙ୍ଗୁଲିଙ୍କ ଅନୁଯାୟୀ, କୋଭିଡ-୧୯ ପାଇଁ ପ୍ରସ୍ତୁତ ହେଉଥିବା ଟୀକା ସୁପର-କୋଲ୍ଡ ଷ୍ଟୋରେଜ୍ ଆବଶ୍ୟକ କରେ ଏବଂ ଏହି କାରଣରୁ ଟୀକା ଷ୍ଟୋର୍ ଏବଂ ଭାରତର ଆଧୁନିକ ସହରରେ ମଧ୍ୟ ପରିବହନରେ ଅସୁବିଧା ହୋଇପାରେ । ସେମିତି ବି ଭାରତରେ ତାପମାତ୍ରା ଅଧିକ ଏବଂ ବିଜୁଳି ବିଭ୍ରାଟ ସମସ୍ୟା ଗ୍ରାମାଂଚଳରେ ବିଶେଷ ଭାବରେ ଦେଖିବାକୁ ମିଳିଥାଏ ।
ଏହାର ଟୀକାରେ ୯୦% ପ୍ରଭାବଶାଳୀ ବୋଲି ଦାବୀ କରିଥିବା ଫାଇଜର୍ର ଘୋଷଣା ପରେ ଏଥିପାଇଁ ଚିନ୍ତା ବୃଦ୍ଧି ପାଇଛି ଯେ, ଏହି ଟୀକା ସଂରକ୍ଷଣ ପାଇଁ ମାଇନସ୍ ୭୦ ତାପମାତ୍ରାର ଆବଶ୍ୟକତା ରହିଛି । ମୋଡର୍ନା ଟୀକା ମଧ୍ୟ ମାଇନସ୍ ୨୦ ଡିଗ୍ରୀ କିମ୍ବା ତା’ଠାରୁ କମ୍ ତାପମାତ୍ରାରେ ଗଛିତ ହେବା ଆବଶ୍ୟକ । ବିଶେଷଜ୍ଞମାନେ କହିଛନ୍ତି ଯେ, ବିକାଶଶୀଳ ଦେଶମାନଙ୍କ ପାଇଁ ଏହିପରି ଟୀକା ଅନୁକୂଳ ପ୍ରମାଣିତ ହେବନାହିଁ । ଗାଙ୍ଗୁଲି କହିଛନ୍ତି ଯେ ଏହି ଟୀକାଗୁଡ଼ିକ ଭାରତ ପାଇଁ ‘ଲଜିଷ୍ଟିକାଲ ନାଇଟ୍ମେୟର୍’ ପ୍ରମାଣିତ ହୋଇପାରେ । ଭାରତରେ ଉତ୍ତାପ ତରଙ୍ଗ ଯୋଗୁଁ ବିଦ୍ୟୁତ୍ ଅତ୍ୟଧିକ କଟିଯାଏ ଏବଂ ଗ୍ରାମାଂଚଳଗୁଡିକରେ ଏହି ସମସ୍ୟା ବହୁତ ଅଧିକ ଅନୁଭୂତ ହୁଏ ।