ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଅପର୍ଣ୍ଣାଙ୍କ ରାମମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେ ସ୍ୱେଚ୍ଛାକୃତ ଭାବେ ଏହି ଦାନ ଦେଇଥିବା ପ୍ରକାଶ କରିଛନ୍ତି । ତାଙ୍କ ସାନବୋହୂ ଅପର୍ଣ୍ଣା କହିଛନ୍ତି , ମୁଁ ମୋ ‘ ନିଜ ଇଚ୍ଛାରେ ଏହି ଦାନ କରିଛି । ରାମ ଭାରତର ସଂସ୍କୃତି ଓ ବିଶ୍ୱାସର ପ୍ରାଣକେନ୍ଦ୍ର । ତେଣୁ ସବୁ ଭାରତୀୟ ରାମମନ୍ଦିର ନିର୍ମାଣ ପାଇଁ ଦାନ କରିବା ଆବଶ୍ୟକ ବୋଲି ମୁଁ ମନେ କରୁଛି । ଅତୀତରେ ପରିବାର ପକ୍ଷରୁ କରାଯାଇଥିବା କାମ ପାଇଁ ସେ ଦାୟୀ ନୁହନ୍ତି । ଯାହା ବିତିଯାଇଛି ତାହା ଅତୀତ ବୋଲି ଅପର୍ଣ୍ଣା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.