ନୂଆଦିଲ୍ଲୀ : ଶନିବାର ଦିନ ଦେଶରେ କରୋନା ଭୂତାଣୁ ସଂକ୍ରମଣର ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂତନ ମାମଲା ରିପୋର୍ଟ ହୋଇଛି । ଗୁଜୁରାଟର ଜଣେ ୭୨ ବର୍ଷ ବୟସ୍କ ବ୍ୟକ୍ତି ଓ ମହାରାଷ୍ଟ୍ରର ୩୩ ବର୍ଷ ବୟସ୍କ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେବା ନିଶ୍ଚିତ ହେବା ପରେ ଦେଶରେ ଏହି ପ୍ରକାରର ଚାରିଟି ମାମଲା ପଞ୍ଜିକୃତ ହୋଇଛି । ଏହାପୂର୍ବରୁ କର୍ଣ୍ଣାଟକରେ ଦୁଇଜଣ ବ୍ୟକ୍ତି ଏହି ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ, ବିଶେଷଜ୍ଞମାନେ କହିଛନ୍ତି ଯେ, ଭାରତରେ ଓମିକ୍ରନ୍ ୱେଭ୍ ଅଛି କି ନାହିଁ ତାହା ସ୍ପଷ୍ଟ ହେବା ପାଇଁ ଛଅରୁ ଆଠ ସପ୍ତାହ ସମୟ ଲାଗିପାରେ । ମହାରାଷ୍ଟ୍ରରେ ଓମିକ୍ରନ୍ର ପ୍ରଥମ ମାମଲା ଜଣା ପଡ଼ିବା ପରେ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ଡ.ପ୍ରଦୀପ ବ୍ୟାସ କହିଛନ୍ତି, “ଆମେ ଟୀକାକରଣ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଚେଷ୍ଟା କରୁଛୁ । ଆହୁରି ମଧ୍ୟ, ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ, ଯେପରି ଲୋକମାନେ ମାସ୍କ ଉପରେ ବିଶେଷ ଗୁରୁତ୍ୱ ଦେଇ କୋଭିଡ ପ୍ରୋଟୋକଲକୁ ଅନୁସରଣ କରବେ ।
ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ମହାରାଷ୍ଟ୍ର ସରକାରଙ୍କ କୋଭିଡ ଟାସ୍କ ଫୋର୍ସର ସଦସ୍ୟ ଡ.ଶଶାଙ୍କ ଯୋଶୀ କହିଛନ୍ତି ଯେ, ଏହି ସମୟରେ ଓମିକ୍ରନ୍ ଭାରିଆଣ୍ଟ ସହିତ ଅନେକ ଅଜ୍ଞାତ ପ୍ରକାର ରହିଛି । ଆମେ ଭୟଭୀତ ହେବା ଉଚିତ୍ ନୁହେଁ, କିନ୍ତୁ ସତର୍କ ରହିବା ଉଚିତ୍ । ଆମକୁ ନଜର୍ ଦେବାକୁ ପଡିବ ଯେ, ଓମିକ୍ରନ୍ ଆସନ୍ତା କିଛି ସପ୍ତାହ ମଧ୍ୟରେ ଡେଲଟା ଭାରିଆଣ୍ଟକୁ ବଦଳାଇବ କି?