jayashree

ଷ୍ଟକହୋମ ଅଧିବେଶନରେ ସୂଚିତ ଜୈବ ପ୍ରଦୂଷଣକାରୀ ବସ୍ତୁଗୁଡିକର ପରିଚାଳନା ନେଇ କ୍ୟାବିନେଟର ନିଷ୍ପତ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଷ୍ଟକହୋମ ଅଧିବେଶନରେ ସୂଚିତ ଜୈବ ପ୍ରଦୂଷଣକାରୀ ୭ଟି ରସାୟନିକ ପଦାର୍ଥର ପରିଚାଳନା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏହାଛଡା କ୍ୟାବିନେଟ କେନ୍ଦ୍ର ବହିର୍ବ୍ୟାପାର, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ନୀରବଚ୍ଛିନ୍ନ ଭାବେ ଜୈବ ପ୍ରଦୂଷଣକାରୀ ବସ୍ତୁଗୁଡିକ (ପିଓପି)ର ସୁପରିଚାଳନା ପାଇଁ କ୍ଷମତା ହସ୍ତାନ୍ତର କରିଛି । ଏହି ନୀରବଚ୍ଛିନ୍ନ ଜୈବ ପ୍ରଦୂଷଣକାରୀ ବସ୍ତୁଗୁଡିକ ଠାରୁ ପରିବେଶ ଓ ମାନବ ସଂପଦକୁ ରକ୍ଷା କରିବା ପାଇଁ ଷ୍ଟକହୋମ ଅଧିବେଶନରେ ଏକ ରାଜିନାମା ସ୍ଵାକ୍ଷରିତ ହୋଇଥିଲା, ଯେଉଁଥିରେ ପରିବେଶକୁ ଦୂଷିତ କରୁଥିବା ବିଭିନ୍ନ ରସାୟନିକ ପଦାର୍ଥ, ଜନସାଧାରଙ୍କ ସ୍ୱାସ୍ଥ୍ୟ ଓ ପରିବେଶକୁ ଦୂଷିତ କରୁଥିବା ଜିନିଷ ସମ୍ପର୍କରେ କୁହାଯାଇଛି । ଏହିସବୁର ସଂସ୍ପର୍ଶରେ ଆସିଲେ କର୍କଟ ରୋଗ, ସ୍ନାୟୁବିକ କ୍ଷତି, ରୋଗ ପ୍ରତିରୋଧକ ଶକ୍ତି ଓ ପ୍ରଜନନ କ୍ଷମତା ହ୍ରାସ ଏବଂ ଶିଶୁମାନଙ୍କ ବିକାଶ ବାଧିତ ହୋଇଥାଏ । ଷ୍ଟକହୋମ ଅଧିବେଶନ ପରେ ବିଭିନ୍ନ ବୈଜ୍ଞାନିକ ଗବେଷଣା ଓ ଆଲୋଚନା ଚକ୍ର ଇତ୍ୟାଦି ଜରିଆରେ ଏହାର ସଦସ୍ୟ ଦେଶଗୁଡିକ ପର୍ୟ୍ୟାଲୋଚନା କରିଥିଲେ ।
ଭାରତ ଷ୍ଟକହୋମ ଅଧିବେଶନକୁ ଜାନୁୟାରୀ ୬, ୨୦୧୩ରେ ଧାରା ୨୫(୪) ଅଧୀନରେ ସ୍ଵୀକୃତି ଦେଇଥିଲେ । ସୁସ୍ଥ ପରିବେଶ ଏବଂ ମାନବିକ ସ୍ୱାସ୍ଥ୍ୟ ପ୍ରତି ବିପଦ ପ୍ରତି ଅଙ୍ଗୀକାରବଦ୍ଧ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନୀରବଚ୍ଛିନ୍ନ ଜୈବ ପ୍ରଦୂଷଣ ନିୟମ ସମ୍ପର୍କରେ ମାର୍ଚ୍ଚ ୦୫, ୨୦୧୮ରେ ବିଜ୍ଞପ୍ତି ଜାରି କରିଥିଲେ । ପରିବେଶ ସୁରକ୍ଷା ଆଇନ ୧୯୮୬ ଅଧୀନରେ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା । ଏହି ନିୟମ ଅନ୍ୟମାନଙ୍କ ମଧ୍ୟରେ ୭ଟି ରସାୟନିକ ପଦାର୍ଥର ପ୍ରସ୍ତୁତୁ, ବ୍ୟବସାୟ, ବ୍ୟବହାର, ଆମଦାନୀ ଓ ରପ୍ତାନିକୁ ନିଷିଦ୍ଧ କରିଥିଲା । ଏହି ୭ଟି ରସାୟନିକ ପଦାର୍ଥ ହେଲା – (i) Chlordecone, (ii) Hexabromobiphenyl, (iii) Hexabromodiphenyl ether and Heptabromodiphenylether (Commercial octa-BDE), (iv) Tetrabromodiphenyl ether and Pentabromodiphenyl ether (Commercial penta-BDE), (v) Pentachlorobenzene, (vi) Hexabromocyclododecane, and (vii) Hexachlorobutadiene । ଏହି ସମସ୍ତ ରସାୟନିକ ପଦାର୍ଥ ଷ୍ଟକହୋମ ଅଧିବେଶନରେ ନୀରବଚ୍ଛିନ୍ନ ଜୈବ ପ୍ରଦୂଷଣକାରୀ ବସ୍ତୁ ଭାବେ ଚିହ୍ନଟ କରାଯାଇଛି । ଏହି ପିଓପି ସଂକ୍ରାନ୍ତରେ କ୍ୟାବିନେଟର ଅନୁମୋଦନ ଆମ ଦେଶର ଆନ୍ତର୍ଜାତିକ କାଇଦା କଟକଣାକୁ ପାଳନ କରିବାର ପ୍ରତିବଦ୍ଧତାକୁ ଜାହିର କରିଥାଏ । ପରିବେଶ ଓ ମାନବ ସମ୍ପଦର ସୁରକ୍ଷା ଲାଗି ପିଓପି ବିରୁଦ୍ଧରେ ସରକାର ନେଇଥିବା କାର୍ୟ୍ୟାନୁଷ୍ଠାନ ଯୋଗୁଁ ଏହିସବୁ ରସାୟନିକ ପଦାର୍ଥର ଉତ୍ପାଦନ ଓ ହୋର୍ଡିଙ୍ଗ ଉପରେ ସମୀକ୍ଷା କରାଯାଇପାରିଥାଏ । ଏହି ଅନୁମୋଦନ ପ୍ରକ୍ରିୟା ଯୋଗୁଁ ଦେଶ ଏହିସବୁର ନିୟନ୍ତ୍ରଣ ଲାଗି ବିଶ୍ଵବ୍ୟାପୀ ସହାୟତା ଓ ସମର୍ଥନ ପାଇପାରିବ ।

Leave A Reply

Your email address will not be published.