jayashree

ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୋଲି ସୂଚନା ମିଲିଛି । ଏହା ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଦଶମ ବଜେଟ୍ ଉପସ୍ଥାପନ ହେବ ଏବଂ ସୀତାରମଣଙ୍କ ଦ୍ୱାରା ଏହା ହେଉଛି ଚତୁର୍ଥ । ସଂସଦ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏକ ଚିଠିରେ କହିଛନ୍ତି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ କରିବେ । ବଜେଟ୍ ଅଧିବେଶନର ପ୍ରଥମାର୍ଦ୍ଧ ଜାନୁଆରୀ ୩୧ରୁ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ । ଦ୍ୱିତିୟାର୍ଦ୍ଧ ମାର୍ଚ୍ଚ ୧୪ରୁ ଏପ୍ରିଲ୍ ୮ ପର୍ଯ୍ୟନ୍ତ ହେବ । ଏହା ରାଜ୍ୟ ସଭାରେ ଟେବୁଲ୍ ହେବା ପୂର୍ବରୁ ସଂସଦର ସଭା ଗୃହରେ ଉପସ୍ଥାପିତ ହେବ ।

Leave A Reply

Your email address will not be published.