କୃଷକ ସଂଗଠନ ଦେଲେ ସରକାରଙ୍କୁ ଖୋଲା ଚିଠି : ସରକାର ଦୁଷ୍ପ୍ରଚାର କରୁଛନ୍ତି

ନୂଆଦି‌ଲ୍ଲୀ : କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ବିରୋଧ ୨୫ ଦିନରେ ପହଂଚିଛି । ବହୁ ସଂଖ୍ୟାରେ କୃଷକ ଦିଲ୍ଲୀ ସୀମାରେ ବିରୋଧ କରୁଛନ୍ତି । କୃଷି ଆଇନ ବାତିଲ କରିବାକୁ ସେମାନେ ଦାବୀ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମିଳିତ ଖୋଲା ଚିଠି ଲେଖିଛନ୍ତି, ଯେଉଁଥିରେ ସେମାନେ କହିଛନ୍ତି ଯେ ସେମାନଙ୍କର ବିରୋଧ କୌଣସି ରାଜନୈତିକ ଦଳ ସହ ଜଡିତ ନୁହେଁ ।

ଏନଡିଏର ସହଯୋଗୀ ନ୍ୟାସନାଲ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ହନୁମାନ ବେନିୱାଲ କୃଷକ ଆନ୍ଦୋଳନକୁ ସମର୍ଥନ କରି ତିନିଟି ସଂସଦୀୟ କମିଟିରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନ କୃଷକ ବିରୋଧୀ, ସେମାନଙ୍କୁ ଫେରାଇ ନିଆଯିବା ଉଚିତ । ସେ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ନିବେଦନ କରିଛୁ । ଏନଡିଏ ମିଳିତ ମଞ୍ଚରେ ଥିବାରୁ ମୁଁ ଏକ ଚିଠି ମଧ୍ୟ ଲେଖିଛି ଯେ, ଯଦି ଆପଣ ସେହି ବିଲ‌ ଫେରାଇ ନ ନିଅନ୍ତି, ତେବେ ଆମେ ଏନଡିଏର ସମର୍ଥନ ଉପରେ ପୁନର୍ବିଚାର କରିବୁ ।

Leave A Reply

Your email address will not be published.