om academy

କୃଷକମାନଙ୍କୁ ସରକାରଙ୍କୁ ଆଉ ଏକ ଚିଠି : କୁହାଯାଇଛି, ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି

jsm

ନୂଆଦି‌ଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ସମୟରେ ଭାରତ ସରକାର ପୁନର୍ବାର କୃଷକମାନଙ୍କୁ ଚିଠି ଲେଖି ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି ବୋଲି ସୂଚାଇ ଦେଇଛନ୍ତି । ଗୁରୁବାର ଦିନ ରାହୁଲ ଗାନ୍ଧୀ କୃଷି ଆଇନ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । କୃଷକଙ୍କ ଆନ୍ଦୋଳନ ମଧ୍ୟରେ ସରକାରଙ୍କ ତରଫରୁ ଚାଷୀଙ୍କୁ ଆଉ ଏକ ଚିଠି ଲେଖାଯାଇଛି । କୃଷି ମନ୍ତ୍ରଣାଳୟ ଦ୍ୱାରା ଲିଖିତ ଏକ ଚିଠିରେ କୁହାଯାଇଛି ଯେ କୃଷକଙ୍କ ପ୍ରତ୍ୟେକ ଦାବୀ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଆଲୋଚନା ପାଇଁ ରାସ୍ତା ଏବେ ବି ଖୋଲା ଅଛି ।

କୃଷି ଆଇନ ପ୍ରସଙ୍ଗରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟରଙ୍କ ଏକ ବିବୃତ୍ତି ଆସିଛି । ମନୋହର ଖଟ୍ଟର କହିଛନ୍ତି ଯେ, ଲୋକମାନେ ଆଇନକୁ ରଦ୍ଦ କରିବାକୁ ଚାପ ପକାଉଛନ୍ତି । ଖଟ୍ଟର କହିଛନ୍ତି, ଏହା ହେଉଛି ଗଣତନ୍ତ୍ରର ଦେଶ, ଏଠାରେ ଏହା କରାଯିବା ଅନୁଚିତ । ସଭ୍ୟ ଢ଼ଙ୍ଗରେ କହିବାର ଅଧିକାର ସମସ୍ତଙ୍କର ଅଛି ।
ହରିୟାଣାର କୁରୁକ୍ଷେତ୍ରରେ କୃଷକମାନେ ରିଲାଏନ୍ସ ସହ ଜଡିତ ଦୋକାନ ବନ୍ଦ କରି ଦେଇଛନ୍ତି । ଏହା ବ୍ୟତୀତ ପଟିଆଲାର ରସୁଲପୁର ଗାଁର ଚାଷୀମାନେ ଜିଓ ମୋବାଇଲ୍ ଟାୱାରର କନେକ୍‌ସନ୍‌ କାଟି ଦେଇଛନ୍ତି ।

Leave A Reply

Your email address will not be published.