ଦେଶର ଏଇ ଜିଲ୍ଲାଗୁଡ଼ିକରେ ଦାୟର ହୁଏ ସବୁଠୁ ଅଧିକ ଦୁଷ୍କର୍ମ ମାମଲା : ଟପ୍‌ ଟେନ୍‌ରେ ରାଜସ୍ଥାନର ୮ ଜିଲ୍ଲା

ନୂଆଦିଲ୍ଲୀ : ହାଥ୍‌ରସ୍‌ ଅମାନୁଷିକ ଗଣ ଦୁଷ୍କର୍ମ ଘଟଣା ପରେ ଦେଶରେ ମହିଳାମାନଙ୍କ ଉପରେ ବଢ଼ି ଚାଲିଥିବା ହିଂସା ପୁଣି ଜାତୀୟ ବିଚାର ବିମର୍ଷର ଶୀର୍ଷରେ ରହିଛି । ଆକଳନ ଅନୁସାରେ ଦେଶର ପାଖାପାଖି ସବୁ ଜିଲ୍ଲାରେ ଦୁଷ୍କର୍ମ ମାମଲା ଦାୟର୍‌ ହେଉଛି । କିନ୍ତୁ ସବୁଠାରୁ ଅଧିକ ଘଟଣା ଘଟୁଛି ରାଜସ୍ଥାନରେ । ଡିଆଇୟୁ (ଇଣ୍ଡିଆ ଟୁଡେ଼ର ଡାଟା ଏନାଲିସିସ୍‌ ଟିମ୍‌) ପକ୍ଷରୁ ଦୁଷ୍କର୍ମ ମାମଲା ଗୁଡ଼ିକର ଜିଲ୍ଲା ସ୍ତରୀୟ ଆକଳନ କରାଯାଇ କେଉଁ କେଉଁ ଜିଲ୍ଲା ମହିଳାମାନଙ୍କ ପାଇଁ ସବୁଠୁ ଅଧିକ ବିପଦାପନ୍ନ ରହିଛି, ତା’ ଉପରେ ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି । ରିପୋର୍ଟ ଅନୁସାରେ ଦେଶରେ ପ୍ରତ୍ୟହ ୮୮ଟି ଦୁଷ୍କର୍ମ ମାମଲା ଦାୟର ହେଉଛି । ଏ ଭିତରୁ ୬ ଘଟଣା କେବଳ ରାଜସ୍ଥାନର ୮ଟି ଜିଲ୍ଲାରେ ଦାୟର ହେଉଛି । ଏନ୍‌ସିଆର୍‌ବି(ନେସ୍‌ନାଲ କ୍ରାଇମ୍‌ ରେକଡର଼୍ସ୍‌ ବ୍ୟୁରୋ) ରିପୋର୍ଟର ଆଧାରରେ ଡିଆଇୟୁ ଜିଲ୍ଲା ଅନୁସାରେ ଦୁଷ୍କର୍ମ ମାମଲାର ଏକ ସୂଚୀ ପ୍ରସ୍ତୁତ କରିଛି । ଏହି ସୂଚୀରେ ସବୁଠୁ ଅଧିକ ଏଭଳି ଘଟଣା ଘଟୁଥିବା ଜିଲ୍ଲାଗୁଡ଼ିକର ଟପ୍‌ ଟେନ୍‌ ଜିଲ୍ଲା ଭିତରୁ ୮ ଜିଲ୍ଲା ହେଉଛି ରାଜସ୍ଥାନର । ରାଜସ୍ଥାନର ରାଜଧାନୀ ଜୟପୁର ୫୦୭ ମାମଲା ନେଇ ସୂଚୀର ଶୀର୍ଷରେ ରହିଛି । ଜୟପୁର ବ୍ୟତୀତ ଭରତପୁରରେ ୨୯୦, ଅଜମେରରେ ୨୫୬, ଗଙ୍ଗାନଗରରେ ୨୪୮, ଅଲୱରରେ ୨୩୬, ଯୋଧପୁରରେ ୨୩୧, ବିକାନେରରେ ୨୨୭ ଏବଂ ବାଂସୱାଡ଼ାରେ ୨୨୩ ମାମଲା ରହିଥିବା କୁହାଯାଇଛି ।

Leave A Reply

Your email address will not be published.