jayashree

ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ

ଡେରାଡୁନ୍‌: ଗୁରୁବାର ରାତିରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଦେଇ ଯାଇଥିବା କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହେବାରୁ ପ୍ରାୟ ୧୩ଜଣ ଯାତ୍ରୀ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି ବୋଲି ‘ଏଏନ୍‌ଆଇ’ ରିପୋର୍ଟ କରିଛି ।

ଗତରାତିରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଆସିଥିବା ଆକସ୍ମିକ ବନ୍ୟା ଯୋଗୁଁ ଭୂସ୍ଖଳନ ଘଟିବା ସହିତ ଗୌରୀକୁଣ୍ଡ ନିକଟରେ ୩ଟି ଦୋକାନ ନଷ୍ଟ ହୋଇଯାଇଛି ଓ ଆଉ କେତୋଟି ଦୋକାନ ଭାସି ଯାଇଛି ।

ଘଟଣାସ୍ଥଳରେ ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ’ (ଏନ୍‌ଡିଆର୍‌ଏଫ୍‌) ଏବଂ ‘ଷ୍ଟେଟ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ’ (ଏସ୍‌ଡିଆର୍‌ଏଫ୍‌) ଟିମ୍‌ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଚଳାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.