ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ଲୁଟ୍‌

ଜଟଣୀ : ଆଜି ମ୍ୟୁନିସିପାଲିଟି ଛକ ପାଖରେ ଜଣେ ପ୍ରାଇଭେଟ୍‌ ଫାଇନାନ୍ସ କଂପାନୀର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ଲୁଟେରାମାନେ ଲୁଟି ନେଇଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ପକ୍ଷରୁ ତନାଘନା ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁସାରେ ଏକ ପ୍ରାଇଭେଟ୍‌ ଫାଇନାନ୍ସ କଂପାନୀର କର୍ମଚାରୀ ମନୋରଂଜନ ପଟ୍ଟନାୟକ କଲେକ୍‌ସନ୍‌ ଟଙ୍କା ଧରି ଆସୁଥିବା ବେଳେ ୩ ଜଣ ଲୁଟେରା ଏକ କଳା ପଲ୍‌ସର୍‌ରେ ଆସି ବନ୍ଧୁକ ଦେଖାଇବା ସହ ତାଙ୍କୁ ମାଡ଼ ମାରିଥିଲେ ଏବଂ ତାଙ୍କଠାରୁ ୭ ଲକ୍ଷ ଟଙ୍କା ଲୁଟି ନେଇ ଫେରାର୍‌ ହୋଇ ଯାଇଥିଲେ ।

Leave A Reply

Your email address will not be published.