ହତ୍ୟା ମାମଲାର ୨ ଅଭିଯୁକ୍ତ ଗିରଫ୍‌ : କୋର୍ଟ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲିର ହତ୍ୟା ମାମଲାରେ ବଲାଙ୍ଗିର ଆଦର୍ଶ ଟାଉନ୍‌ ପୋଲିସ ଦ୍ୱାରା ୨ ଜଣଙ୍କୁ ଗିରଫ୍‌ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି । ସୂଚନା ଅନୁସାରେ ସ୍ଥାନୀୟ ବେହେରାପାଲିରେ ଗତକାଲି ଚାରିଜଣ ମିଶି କ୍ଲବ୍‌ ପାଖରେ ମଦ ପିଉଥିଲେ ଏବଂ ମଦ ନିଶାରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯୁକ୍ତିତର୍କରୁ କଥା ବଢ଼ି ହତ୍ୟାକାଣ୍ଡ ଯାଏଁ ପହଂଚିଥିଲା । କ୍ରୋଧାନ୍ୱିତ ହୋଇ ମନଜିତ କୁମ୍ଭାର ଏବଂ ରାଜେନ୍ଦ୍ର ବିଭାର ନାମକ ଦୁଇ ଯୁବକ କେଶବ କୁମ୍ଭାର(୩୫)ଙ୍କ ପେଟରେ ଭଙ୍ଗା ମଦ ବୋତଲ ଭୁଷି ଦେବା ସହ ତାଙ୍କ ସହ ଥିବା କେଶବଙ୍କ ଭାଇକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ କେଶବଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ କେଶବଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବଲାଙ୍ଗିର ଟାଉନ୍‌ ପୋଲିସ କେସ୍‌ ନଂ.୩୯୨/୧୮.୯.୨୦୨୦ ରୁଜ୍ଜୁ କରି ଧାରା ୩୦୨/୩୦୭/୩୪ ଆଇପିସି. ବଳରେ ତଦନ୍ତ ଆରମ୍ଭ କରିଥିଲା । ତେବେ ପୁଲିସ ପକ୍ଷରୁ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.