ଖୁସି ଖବର : କରୋନା ସହ ଲଢ଼ିବାକୁ ଭାରତରେ ଲଂଚ ହେଲା ଔଷଧ

ହାଇଦ୍ରାବାଦ : ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା କରୋନା ସଂକ୍ରମଣରେ ସରକାରଙ୍କ ନିଦ ହଜି ଯାଇଛି । କିନ୍ତୁ ଏ ଭିତରେ ଔଷଧ କ୍ଷେତ୍ରର କଂପାନୀ ଡା.ରେଡ଼୍‌ଡ଼ିଜ୍‌ ଲେବରୋଟୋରିଜ୍‌ ଲିମିଟେଡ଼୍‌ ଭାରତରେ କୋଭିଡ-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ରେମ୍‌ଡେସିଭିର୍‌ ଔଷଧ ବଜାରକୁ ଛାଡ଼ିବା ନିମନ୍ତେ ଘୋଷଣା କରିଛି । ଏହି ଔଷଧ ‘ରେଡ଼ାୟକ୍ସ’ ବ୍ରାଣ୍ଡ୍‌ ନାମରେ ଉପଲବ୍ଧ ହେବ । ଔଷଧ କଂପାନୀ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞାପନରେ କୁହାଯାଇଛି ଯେ, ଏହି ଔଷଧ ଗିଲିଡ଼୍‌ ସାଇନ୍‌ସିଜ୍‌ ଇଂକ (ଗିଲିଡ଼୍‌) ସହ ଲାଇସନ୍ସ ବ୍ୟବସ୍ଥାରେ ଜାରି କରାଯାଇଛି । ରେଡ଼୍‌ଡ଼ିଜ୍‌ ଲ୍ୟାବ୍‌କୁ ‘ରେମଡେ଼ସିଭିର’ର ପଂଜିକରଣ, ନିର୍ମାଣ ଓ ବିକ୍ରିର ଅଧିକାର ଦିଆଯାଇଛି । ଏହି ଭଳି ଅଧିକାର ଭାରତ ସହିତ ୧୨୭ଟି ଦେଶରେ କୋଭିଡ଼୍‌-୧୯ର ସମ୍ଭାବିତ ଚିକିତ୍ସାରେ ଲାଭଦାୟକ ଔଷଧ ଭାବେ ଦିଆଯାଇଛି । ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଦ୍ୱାରା ରେମ୍‌ଡେ଼ସିଭିର୍‌ର ବ୍ୟବହାର ଭାରତରେ କୋଭିଡ଼୍‌-୧୯ରେ ଗମ୍ଭୀର ଲକ୍ଷଣ ରହିଥିବ ହସ୍‌ପିଟାଲ୍‌ରେ ଭିର୍ତ୍ତି ରୋଗୀଙ୍କ ଉପରେ କରାଯିବା ପାଇଁ ମଂଜୁରୀ ଦିଆଯାଇଛି । କଂପାନୀ ପକ୍ଷରୁ କୁହାଯାଇଛି ଯେ, ଡା.ରେଡ଼୍‌ଡ଼ିଜ୍‌ର ରେଡ଼ାୟକ୍ସ ୧୦୦ ମିଲିଗ୍ରାମର ଛୋଟ ବୋତଲରେ ଉପଲବ୍ଧ ହେବ । ଡା.ରେଡ଼୍‌ଡ଼ିଜ୍‌ ଲେବରୋଟୋରିଜ୍‌ର ବ୍ରାଣ୍ଡ୍‌ ମାର୍କେଟ୍‌ସ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏମ୍‌.ବି.ରମନ୍ନା କହିଛନ୍ତି ଯେ, ଆମେ ଏଭଳି ଉତ୍ପାଦକୁ ବିକଶିତ କରିବାକୁ ପ୍ରୟାସ ଜାରି ରଖିବୁ, ଯାହାଦ୍ୱାରା ରୋଗ ପାଇଁ ରହିଥିବା ଆବଶ୍ୟକତାକୁ ପୂରଣ କରାଯାଇ ପାରିବ । ରେଡ଼ାୟକ୍ସକୁ ବଜାରକୁ ଆଣିବା ଦିଗରେ ଓ ଭାରତରେ କୋଭିଡ଼-୧୯ ରୋଗୀଙ୍କ ଚିକିତ୍ସା ପାଇଁ ମହତ୍ମପୂର୍ଣ୍ଣ ଔଷଧ ଭାବରେ ଜାରି କରାଯିବା ଆମର ପ୍ରତିବଦ୍ଧତାର ନିଦର୍ଶନ ଅଟେ ।

Leave A Reply

Your email address will not be published.