ସୁସ୍ଥ ହେଲେ ବିଗ୍ ବି

ମୁମ୍ବାଇ, (କେପିଏନ୍ଏସ୍) : କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ବଲିଉଡ଼୍ ‘ବିଗ୍ ବି’ ଅଭିନେତା ଅମିତାଭ ବଚ୍ଚନ । ଦୀର୍ଘ ୨୩ ଦିନ ଚିକିତ୍ସା ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି ସେ । ନାନାବତୀ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ଅମିତାଭ୍ । ଅଥଚ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସାଧୀନ ଅଛନ୍ତି ତାଙ୍କ ପୁଅ ଅଭିଷେକ ବଚ୍ଚନ । ବିଭିନ୍ନ ସିନେ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.