oom

ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ଦାବୀପତ୍ର ପ୍ରଦାନ

jsmm

କଳାହାଣ୍ଡି, (କେପିଏନ୍ଏସ୍) : ବିଶ୍ୱମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜ଼ିଲ୍ଲାପାଳମାନଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ବିଶ୍ୱ ମହାମାରୀ କରନା ଯୋଗୁଁ ଭାରତର ଜନସାଧାରଣ ଜୀବନ ଜୀବିକାରେ ବ୍ୟାପକ କ୍ଷୟ କ୍ଷତି ଘଟିଛି । ଫଳରେ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭାରତ ସରକାରଙ୍କ ନିର୍ଦେଶ କ୍ରମେ ଲକଡାଉନ ଏବଂ ଓଡିଶା ସରକାରଙ୍କ ସଟ୍ ଡାଉନ ଅତି ପ୍ରଶଂସନୀୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କରନା ଭଳି ମହାମାରୀରୁ ତ୍ରାହି ପାହିବା ପାଇଁ ଲକଡାଉନ ଓ ସଡଟ୍ ଡାଉନ ଏକମାତ୍ର ସମାଧାନ ସୂତ୍ର ନୁହେଁ ।
କେନ୍ଦ୍ରସରକାରଙ୍କ କୋଭିଡି -୧୯ ନିର୍ଦେଶନାମାରେ ଉଲେଖ ଅଛି ଉଭୟ ଦେଶ ଓ ରାଜ୍ୟ ଭିତରେରେ କୌଣସି ଧାର୍ମିକ ଅନୁଷ୍ଠାନ ଖୋଲି ପାରିବେ ନାହିଁ । ଯଥା ମନ୍ଦିର, ମସଜିଦ, ଚର୍ଚ, ଗୁରୁଦ୍ୱାର ତାଲା ବନ୍ଦ ପ୍ରକିୟା ଚାଲୁ ରହିଛି । ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ଉଭୟ କେନ୍ଦ୍ର ଓ ରାଜ୍ୟଙ୍କୁ ଅନୁରୋଧ କରି କୋଭିଡି -୧୯ ନିର୍ଦେଶନାମା ଏବଂ ସାମାଜିକ ଦୂରତ୍ୱ ରକ୍ଷ। କରି ଧାର୍ମିକ ଅନୁଷ୍ଠାନ ଖୋଲିବା ଆବଶ୍ୟକ ଅଛି ।
ଭାରତ ସମ୍ବିଧାନରେ ଉଲେଖ ଅଛି ଯେ ଧାର୍ମିକ ଅଧିକାରରୁ କାହାକୁ ବଞ୍ଚିତ କରାଯିବ ନାହିଁ । ଆଜି କରନାର ପ୍ରଭାବରେ ବିଭିନ୍ନ ଲୋକ ଜୀବନ ଜୀବିକା ହରେଇଛନ୍ତି । ଯଥା, ପୁରହିତ, ସେବାୟତ, ଫୁଲ, ଚନ୍ଦନ, ଦୀପ, ସଲିତା ଵାଲା, ମାଳି, ନଡ଼ିଆ ଓ କଦଳୀ ବିକାଳୀ, ପ୍ରସାଦ ବିକାଳୀ ଏବଂ ମନ୍ଦିର ପାର୍ଶ୍ୱରେ ବିଭିନ୍ନ ବ୍ୟବସାୟ କରି ଜୀବିକା ନିର୍ବାହ କରୁଛନ୍ତି ଯେଉଁମାନେ ।
ବିଶ୍ୱ ମାନବ ଅଧିକାର ସୁରକ୍ଷା ତରଫରୁ ତୁରନ୍ତ ଜୀବୀକା ହରେଇ ଥିବା ଲୋକଙ୍କୁ ରାଜ୍ୟ ସରକାର ସହାୟତା ଦେବା ପାଇଁ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ କଳାହାଣ୍ଡି ଜିଲ୍ଲା ସମ୍ପାଦକ ତୁଳମଣି ନାଗ ନେତୃତ୍ୱରେ ଡିଲେଶ କୁମାର ନାଗ, ବଲବନ୍ତ ନାୟକ, ସୁରେଶ ଚନ୍ଦନ, କୁନୁ ଦୁର୍ଗା, ଜଗରନାଥ ନାଏକ ଉପସ୍ଥିତ ରହି କଳାହାଣ୍ଡି ଜ଼ିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.