jayashree

ମୋହନଗିରୀ ସରପଞ୍ଚ ହେଲେ ସୁରେନ୍ଦ୍ର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ସୀମାନ୍ତ ଗ୍ରାମ ପଞ୍ଚାୟତର ମୋହନଗିରୀରେ ଦୁଇଜଣ ପ୍ରତିଦ୍ୱନ୍ଦୀଙ୍କୁ ନେଇ ଏଥର ପଞ୍ଚାୟତ ରେସ୍ ଚାଲିଥିଲା । ନିଜର ଲୋକପ୍ରିୟତାର ପ୍ରମାଣ ସ୍ୱରୂପ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଧରୁଆ ପୁଣିଥରେ ଚଳିତଥର ପାଇଁ ସରପଞ୍ଚ ହୋଇଛନ୍ତି । ଲୋକଙ୍କ ଭଲପାଇବା ଓ ଆର୍ଶୀବାଦ ବଳରେ ସେ ଏହି ବିଜୟ ହାସଲ କରିଛନ୍ତି । ଏହି ସଫଳତାର ଶ୍ରେୟ ମୋର ନୁହେଁ, ପଞ୍ଚାୟତବାସୀଙ୍କର ଏବଂ ମୋ ପ୍ରତି ରହିଥିବା ଆସ୍ଥାକୁ ଦୃଷ୍ଟିରେ ରଖି ସାମୁହିକ ବିକାଶ ଦିଗରେ ଯତ୍ନବାନ ହେବି ବୋଲି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ନବନିର୍ବାଚିତ ସରପଞ୍ଚ ସୁରେନ୍ଦ୍ର ଧରୁଆ । ତେବେ ଏଠାରେ ନିଜର ସ୍ୱଚ୍ଛ ତଥା ଲୋକସେବାର ମନୋଭାବ ଯୋଗୁଁ ସେ ବିଜୟୀ ହୋଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.