ନାବାଳିକାଙ୍କୁ ଉଦ୍ଧାର କଲା ରମ୍ଭା ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ହୁମା ହାଟରୁ ଜଣେ ନାବାଳିକାଙ୍କୁ କେହି ଅପହରଣ କରିଥିବା ନାବାଳିକାଙ୍କ ବାପା ମା’ ରମ୍ଭା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ରମ୍ଭାଥାନା ପୋଲିସ ଚାରିଆଡେ ଖୋଜାଖୋଜି କରିବା ପରେ ସେହିଦିନ ହିଁ ହୁମା ଅଂଚଳରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରି ତାଙ୍କ ବାପା ମା’ ଙ୍କୁ ହସ୍ତାନ୍ତର କରାଯାଇ ଥିବା ରମ୍ଭା ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି । ତାଙ୍କୁ କେହି ଅପହରଣ କରି ନଥିବା ଏବଂ ସେ ଭୁଲରେ ବାଟବଣା ହୋଇଥିବା ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି । ଉକ୍ତ ନାବାଳିକାଙ୍କ ଘର ପୁରୀ ଜିଲ୍ଲାର ସେ ତାଙ୍କ ବାପା ମା’ ସହ ଗଞ୍ଜାମ ଆସିଥିଲେ ବୋଲି ରମ୍ଭା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.