pakka

ଓଡ଼ିଶାରେ ଦଳିତ ଆଦିବାସୀ ବିରୋଧୀ ସରକାର ଚାଲିଛି – ଡ. ବିଭୁ ତରାଇ

bbehera

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲାରେ ବିଜେପି ଏସ୍‌ସି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ଏବଂ ସମ୍ବିଧାନ ଗୌରବ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ଏସ୍‌ସି ମୋର୍ଚ୍ଚା ସଭାପତି ତଥା ପ୍ରାକ୍ତନ ସାଂସଦ ଡ. ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ହେବ ଦଳିତ ଓ ଆଦିବାସୀ ବିରୋଧୀ ସରକାର ଚାଲିଛି ବୋଲି ପ୍ରକାଶ କରିଥିଲେ । କେନ୍ଦ୍ରର ମୋଦୀ ସରକାର ଗରିବ, ଦଳିତ, ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କରି ଓଡ଼ିଶାକୁ ପ୍ରଚୁର ପରିମାଣରେ ଅର୍ଥ ଦେଉଥିବା ବେଳେ ଓଡ଼ିଶା ସରକାର ଏ ସବୁ ଯୋଜନାକୁ ବାଟ ମାରଣା କରୁଛି ଏବଂ ପଠାଉଥିବା ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରୁଛି ବୋଲି ଅଭିଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପଠାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡି ନେତା ଏବଂ ପ୍ରଶାସନିକ ଅଧିକାରୀମାନେ ଘର ପିଛା ୨୦ରୁ ୩୦ ହଜାର ଲାଞ୍ଚ ନେଉଛନ୍ତି, ପାଇଖାନା ପିଛା ୨ରୁ ୩ ହଜାର ଲାଞ୍ଚ ନେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଜାତୀୟ ଏସ୍‌ସି ଫାଇନାନ୍ସ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌ରେ କେନ୍ଦ୍ର ସରକାର ଦଳିତ ଆଦିବାସୀମାନଙ୍କ ବିକାଶ ପାଇଁ ଅନେକ ସହାୟତା ରାଶି ବ୍ୟବସ୍ଥା କରିଥିଲେ । ରାଜ୍ୟ ସରକାର ଏହା ଦଳିତ ଆଦିବାସୀଙ୍କ ପାଇଁ କରାଇ ଦେଉ ନଥିବାର ଶ୍ରୀ ତରାଇ ଅଭିଯୋଗ କରିଥିଲେ । ଏ ସମସ୍ତ କଥାକୁ ନେଇ ତୃଣମୂଳ ସ୍ତରରେ ତଥା ୱାର୍ଡ ସ୍ତରରେ ବିଜେପି ଏସ୍‌ସି ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ବୁଲି ବୁଲି ଲୋକଙ୍କୁ ସଚେତନ କରାଇବାକୁ ସେ ଆହ୍ୱାନ ଦେଇଥିଲେ । ବିଜେପି ରାଜ୍ୟ ସମ୍ପାଦକ ତଥା ନୂତନ ଭାବେ ଦାୟିତ୍ୱ ପାଇଥିବା ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ନିର୍ଦ୍ଦେଶକ କାଳନ୍ଦୀ ସାମଲଙ୍କୁ ଜିଲ୍ଲା ଏସ୍‌ସି ମୋର୍ଚ୍ଚା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରର ସ୍ମୃତିଚାରଣ କରାଯାଇଥିଲା । ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଏସ୍‌ସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ରାଘବ ମଲ୍ଲିକ, ରାଜ୍ୟ ଉପସଭାପତି ଚନ୍ଦନ ସ୍ୱରାଜ, ଅନୁଗୁଳ ଜିଲ୍ଲା ଏସ୍‌ସି ମୋର୍ଚ୍ଚା ପ୍ରଭାରୀ ସତ୍ୟଜିତ ମଲ୍ଲିକ, ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏସ୍‌ସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜୟ ଗୋଛାୟତଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡନାୟକ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝୀ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ୍‌ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ପ୍ରସନ୍ନ ନାଏକ, ଜିଲ୍ଲା ପରିଷଦ ସଭ୍ୟ ବଂଶୀଧର ସେଠି, ଜିଲ୍ଲା ଏସ୍‌ସି ମୋର୍ଚ୍ଚାର ଉପସଭାପତି ସତ୍ୟାନନ୍ଦ ନାଏକ, ମହେଶ୍ୱର ବେହେରା ଓ ଧରଣୀ ଧର ବେହେରା, ସମ୍ପାଦକ ଅଜିତ ନାଏକଙ୍କ ସମେତ ଶତାଧିକ ପ୍ରମୁଖ ଏସ୍‌ସି ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ । ଲଲାଟେନ୍ଦୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଏସ୍‌ସି ମୋର୍ଚ୍ଚା ତରଫରୁ ଏକ ବିରାଟ ରାଲି କରି ସମସ୍ତ ଅତିଥିମାନଙ୍କୁ ସହର ପରିକ୍ରମା କରି ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ଅଣାଯାଇଥିଲା ।

jay balangir
Leave A Reply

Your email address will not be published.

eleven − 1 =

error: Content is protected !!