ଚିକିତ୍ସା ଶିବିର ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ତରଫରୁ ଡିସେମ୍ବର ୨୨ ତାରିଖ ବୁଧବାର ଦିନ ଟାଉନ କ୍ଲବ ପରିସରରେ କ୍ଲବ ତଥା ମହାନଦୀ ନେତ୍ର ଚିକିତ୍ସାଳୟ, ବିରମହାରାଜପୁରଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଶିବିରରେ ମାଗଣା ଚିକିତ୍ସା ସହ ଆବଶ୍ୟକତା ଥିବା ବ୍ୟକ୍ତିଙ୍କର ମାଗଣା ଅସ୍ତ୍ରୋପଚାର କରାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କ୍ଲବଠାରେ ଟାଉନ କ୍ଲବ ସଭାପତି ଶିରିଷ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଥିଲା । ଜନସାଧରଣଙ୍କ ହିତରେ କ୍ଲବ ପକ୍ଷରୁ କରାଯାଉଥିବା ଏହି ଶିବିରରେ ଯେମିତି ଅଧିକରୁ ଅଧିକ ଲୋକ ଯୋଗ ଦେଇ ଶିବିରର ଲାଭ ନେଇ ପାରିବେ ସେଥିପାଇଁ ଶିବିରର ପ୍ରଚାର ପ୍ରସାର ସହ ଲୋକଙ୍କ ପାଇଁ ଅପେକ୍ଷା ଗୃହ, ପାଣି, ସହ ସମସ୍ତେ ଯେମିତି ମାସ୍କ ବ୍ୟବହାର କରିବା ସହ କୋଭିଡ ନିୟମ ମାନି ରହିବେ ଆଦିର ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଏହି ସଭାରେ କ୍ଲବର ବରିଷ୍ଠ ସଦସ୍ୟ ଗୋବିନ୍ଦ ଅଗ୍ରୱାଲ, ପ୍ରତାପ ମିଶ୍ର, ଲାଲବିହାରୀ ମିଶ୍ର, ସୁଶୀଲ ଶର୍ମା, ଧନମାଳି ସହୁ, ବାୟାନିଧି ସାହୁ, ଅଶୋକ କୁମାର ମିଶ୍ର, ଜି ଶ୍ରୀନିବାସ, ନରେଶ ସୁନ୍ଦର ସାହୁ, କୁନାଲ ପାଣିଗ୍ରାହୀ, ସୋମେଶ ମହାନ୍ତି, ସୁଭମ ପଟ୍ଟନାୟକ, ଦିନେଶ ବାରିକ, ମଣ୍ଟୁ ପାଣ୍ଡେ, ଦିନେଶ ସାହୁ, ଅମୀର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.