ଛିନ୍ଦେଇକେଲା ମଣ୍ଡିକୁ ନିଜ ଟୋକନ୍ ବିଷୟରେ ପଚାରି ବୁଝିବା ପାଇଁ ଆସିଥିବା ଚାଷୀ ଫେରିବା ସମୟରେ ମଣ୍ଡିଠାରେ ଅଚାନକ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଗ୍ରାମଠାରେ ଜାମସେଠ ସେବା ସମବାୟ ସମିତି ପକ୍ଷରୁ ଏକ ମଣ୍ଡିର ବ୍ୟବସ୍ଥା କରାଯାଇଛି । ଏହି ମଣ୍ଡିକୁ ଛିନ୍ଦେଇକେଲା ପାଖରେ ଥିବା ଟେମରିମାଲ ଗ୍ରାମରେ ବସବାସ କରୁଥିବା ପୂର୍ବତନ ଶିକ୍ଷକ ପ୍ରହଲ୍ଲାଦ ରାଉତ(୭୫) ପିତା କନ୍ଧୁରି ରାଉତ ତାଙ୍କ ଧାନ ବିକ୍ରୟ ଟୋକନ ବିଷୟରେ ବୁଝିବା ପାଇଁ ଆସିଥିଲେ । ସେ ନିଜ ଘରୁ ସକାଳ ୯.୩୦ ମିନିଟ ସମୟରେ ବାହାରି ଛିନ୍ଦେଇକେଲାଠାରେ କିଛି ସମୟ ଅତିବାହିତ କଲାପରେ ୧୧.୩୦ ମିନିଟ ସମୟରେ ଛିନ୍ଦେଇକେଲା ମଣ୍ଡି ଠାରେ ପହଞ୍ଚିଥିଲେ । ମଣ୍ଡିରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ଜାମେସେଠ୍‌ ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀଙ୍କୁ ତାଙ୍କ ଟୋକନ୍‌ ବିଷୟରେ ପଚାରିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରହଲ୍ଲାଦ ରାଉତଙ୍କ ନାମରେ ଆଗରୁ ଧାନ କାର୍ଡ ଆସୁଛି । ସେ ପ୍ରତିବର୍ଷ ପାଖାପାଖି ୩୦ରୁ ୪୦ କୁଣ୍ଟାଲ ଧାନ ମଣ୍ଡିରେ ବିକ୍ରି କରିଥାନ୍ତି । କିନ୍ତୁ ଏହି ବର୍ଷ ମଣ୍ଡିରେ କେବଳ ୬ କ୍ୱିଣ୍ଟାଲ ୬୩ କିଗ୍ରା ଧାନ ବିକ୍ରି ପାଇଁ ଟୋକନ ଆସିଥିଲା । ଏହା ଜାଣିବା ପରେ ବହୁ ମାତ୍ରାରେ ରାଗି ଯାଇଥିଲେ ପ୍ରହଲ୍ଲାଦ । କେମିତି ବାକିତକ ଧାନ ବିକ୍ରି କରିବି ଭାବି ଓ ବହୁ ମାତ୍ରାରେ ରାଗି ଯିବା ଫଳରେ ପ୍ରହଲ୍ଲାଦଙ୍କ ରକ୍ତ ଚାପ(ବ୍ଲଡ଼ ପ୍ରେସର) ଅତ୍ୟଧିକ ବଢି ଯାଇଥିଲା । ରକ୍ତ ଚାପ ଅତ୍ୟଧିକ ବଢି ଯିବା ଫଳରେ ପ୍ରହଲ୍ଲାଦଙ୍କ ହାଟ ଆଟେକ୍ ହୋଇ ମୃତ୍ୟୁ ହୋଇଥାଇ ପାରେ ବୋଲି ଲୋକେ କହୁଛନ୍ତି । ଘଟଣା ବିଷୟରେ ଖବର ପାଇ ପାଇକମାଲ ଥାନା ଅଧିକାରୀ ଓ ତାଙ୍କ ସହକର୍ମୀ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରୁ ପହଂଚିଥିଲେ । ପ୍ରାଥମିକ ତଦନ୍ତ କରିବା ସହ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି । ତାଙ୍କ ପୁଅ ଖୋର୍ଦ୍ଧାରେ ରହିଥିବା ବେଳେ ଆଜି ସକାଳେ ସେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପ୍ରହଲ୍ଲାଦଙ୍କ ଝିଅଙ୍କ ସ୍ବାମୀ ଶବ ସାଙ୍ଗରେ ରହିଥିଲେ । ଶବ ବ୍ୟବଚ୍ଛେଦ ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି । ବିଡମ୍ୱନାର ବିଷୟ ଏହି କି ଯେ, ଜନସାଧାରଣ ତଥା ଅନ୍ୟ ଚାଷୀମାନେ କହିବା ହିସାବରେ ଆଗରୁ ପ୍ରହଲ୍ଲାଦ ରାଉତ ମଣ୍ଡିରେ ଧାନ ବିକ୍ରି କରିଆସୁଛନ୍ତି ଏବଂ ଆଗରୁ ତାଙ୍କ ନାମରେ ଧାନ କାର୍ଡ ମଧ୍ୟ ରହିଛି । କିନ୍ତୁ ଜାମସେଠ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ କହିବା ହିସାବରେ ପ୍ରହଲ୍ଲାଦ ରାଉତ ଏହି ବର୍ଷ ପ୍ରଥମ ଥର ପାଇଁ କାର୍ଡ ସକାଶେ ଆବେଦନ କରିଥିଲେ ଓ ସେ ଏହି ବର୍ଷ ପ୍ରଥମ ଥର ପାଇଁ ଧାନ କାର୍ଡ ପାଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ, ସମ୍ପାଦକ ନିଜ ଭୁଲ ଲୁଚେଇବା ପାଇଁ ଏମିତି କହୁ ନାହାନ୍ତି ତ ? ଏହି ପ୍ରଶ୍ନର ଉତ୍ତର ବିଭାଗୀୟ ଅଧିକାରୀମାନଙ୍କ ପାଖରେ ଥାଇପାରେ ।

Leave A Reply

Your email address will not be published.