ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ଦୀର୍ଘ ୩୦ ବର୍ଷରୁ ଅଧିକ ମା’ଲଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଉଛି । ତେବେ ଏଥିରେ ପୂଜା କର୍ତା ଭାବେ କାହ୍ନୁ ସାହୁ ଓ ଧର୍ମପତ୍ନୀ ଅବନ୍ତି ସାହୁ ଦାୟିତ୍ୱରେ ରହିଥିବା ବେଳେ ପୂଜକ ଭାବେ କୁଞ୍ଜ ମିଶ୍ର ପୂଜାର୍ଚ୍ଚନା କରୁଛନ୍ତି । ମାର୍ଗଶିର ମାସର ଗୁରୁବାର ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ । ତେବେ ଏହି ଅବସରରେ ଆଜି ମା’ ଲଷ୍ମୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପରେ ଗାଁର ମହିଳା ମାନେ ଘଣ୍ଟା, ଶଙ୍ଖ, ହୁଳହୁଳି ତାଳେ ତାଳେ ଗାଁର ପରିକ୍ରମା କରିଛନ୍ତି । ଗାଁର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ।