pakka

ପ୍ରଶାସନ ପକ୍ଷରୁ ଶ୍ୟାମଜୀ ରାଇସ୍‌ ମିଲ ଉପରେ ଅତର୍କିତ ଚଢ଼ାଉ : ବେଆଇନ ଧାନ, ଚାଉଳ ଗଚ୍ଛିତ

bbehera
  • ୬ ଘଣ୍ଟା ଧରି ଜେରା, ଯାଞ୍ଚ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ

ପାଟଣାଗଡ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସଲଣ୍ଡି ସ୍ଥିତ ଶ୍ୟାମଜୀ ରାଇସ୍‌ ମିଲ ଉପରେ ମଙ୍ଗଳବାର ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ମିଲ୍‌ ଉପରେ ଚଢ଼ାଉ କରିଛନ୍ତି । ଉକ୍ତ ଟିମ୍‌ରେ ଥିବା ସମସ୍ତ ଅଧିକାରୀ ଦୀର୍ଘ ୬ ଘଣ୍ଟା ଧରି ମିଲ ଭିତରେ ସମସ୍ତ କାଗଜ ପତ୍ର ଯାଞ୍ଚ କରିଥିଲେ । ମିଳିଥିବା ସୂଚନା ଅନୁସାରେ ଶ୍ୟାମଜୀ ରାଇସ୍‌ ମିଲରେ ବେଆଇନ ଭାବେ ଧାନ ଓ ଚାଉଳ ଗଚ୍ଛିତ ଥିବା ଖବର ପାଇ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍‌ ମିଲ ଉପରେ ଚଢ଼ାଉ କରିଥିଲେ । ଏହି ସମୟରେ ମିଲରେ ହଜାର ହଜାର କ୍ୱିଣ୍ଟାଲ ବେଆଇନ ଭାବେ ଧାନ ଓ ଚାଉଳ ଥିବା ଜଣାପଡିଥିଲା । ମଣ୍ଡି ଆରମ୍ଭ ନ ହେଉଣୁ ଏତେ ପରିମାଣ ଧାନ କେଉଁଠୁ ଆସିଲା ବୋଲି ପଚାରିବାରୁ ମିଲ ମାଲିକ ଦୀପକ କୁମାର ଅଗ୍ରୱାଲ କିଛି କହିପାରିନଥିଲେ ଯାହାକୁ ଚାପିବାକୁ ଭରପୁର ଉଦ୍ୟମ କରିଥିଲେ ମିଲ ମାଲିକ । ଏହି ସମୟରେ ମିଲରେ ବେଆଇନ ଧାନ ଏବଂ ଚାଉଳ ଗଚ୍ଛିତ ରହିଥିବା ଜଣାପଡିଥିଲା । ଯାହାକୁ ନେଇ ମିଲ ମାଲିକ ଏବଂ ଅଧିକାରୀଙ୍କ ଭିତରେ ଏହି ସମୟରେ ଖବର ନେବାକୁ ଯାଇଥିବା ଗଣମାଧ୍ୟ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ମିଲ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା ।

ତେବେ ଚଢ଼ାଉରେ ସାମିଲ ଥିବା ଅଧିକାରୀ ପକ୍ଷରୁ ସୂଚନା ମିଳିଛି ଯେ, ଶ୍ୟାମଜୀ ରାଇସ୍‌ ମିଲ୍‌ରେ ବେଆଇନ ଭାବରେ ଗଚ୍ଛିତ ରଖିଥିବା ହାରାହାରି ୫ ହଜାର କ୍ୱିଣ୍ଟାଲ ଧାନ, ୨ ହଜାର କ୍ୱିଣ୍ଟାଲ ଚାଉଳ ବାବଦରେ କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଟିମ୍‌ ଯୋଗଣା ଅଧିକାରୀ ବିଜ କୁଲୁ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସହକାରୀ ଉପଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ ଗଠନ କରି ଆଜି ସନ୍ଧ୍ୟା ସମୟରେ ଅତର୍କିତ ଭାବେ ଶ୍ୟାମଜୀ ଉପରେ ଚଢ଼ାଉ କରି ମିଲରେ ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଛି । ଅନ୍ୟ ପକ୍ଷରେ ମଣ୍ଡି ଆରମ୍ଭ ନହେଉଣୁ ଉକ୍ତ ମିଲରେ ହଜାର ହଜାର ବସ୍ତା ଧାନ ଥିବା ସନ୍ଦେହ ସୃଷ୍ଟି ହେଉଛି । ସମବାୟ ସମିତି ମାଧ୍ୟମରେ ମିଲର ଧାନକୁ କିଣୁଥିବା ବେଳେ ଉକ୍ତ ପରିମାଣର ଧାନ ମିଲରେ ଥିବା ବେଳେ ମଣ୍ଡି ବଦଳରେ ଚାଷୀଙ୍କଠାରୁ ମିଲର ଠିକ୍ ଧାନ କିଣୁଛନ୍ତି ତାହା ଅଧିକାରୀ ମାନେ ଖାନତଲାସ କରିଛନ୍ତି । ଏ ସମ୍ପର୍କରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀଙ୍କୁ ପଚାରିବାରୁ ପ୍ରତିକ୍ରିୟା ଦେବା ପାଇଁ ମନାକରି ଦେଇଥିଲେ । ତେବେ ପ୍ରଶାସନ ପକ୍ଷରୁ ଏହି ଚଢାଉକୁ ନେଇ ଅନ୍ୟ ମିଲର୍‌ମାନଙ୍କ ମଧ୍ୟରେ ଛନକା ପଶିଯାଇଛି । ଅଭାବୀ ଧାନ ବିକ୍ରିର ଅଭିଯୋଗକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏଭଳି ଚଢ଼ାଉ ଆରମ୍ଭ କରାଯାଇଛି ।

jay balangir
Leave A Reply

Your email address will not be published.

18 + five =

error: Content is protected !!