csstore

ଭୋଟର ସଚେତନା ଓ ସମ୍ବିଧାନ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ମହାବିଦ୍ୟାଳୟ ଐତିହ କକ୍ଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସମ୍ବିଧାନ ଦିବସ ପାଳନ କରାଯିବା ସହିତ ଡେଲାଂଗ ପଂଚାୟତ ସମିତି ପକ୍ଷରୁ ଭୋଟର ସଚେତନତା ଅଭିଯାନ ସଂପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ଓ ମୌଳିକତା ଉପରେ ଆଲୋକପାତ କରାଯାଇଥିବା ସଂଗେ ସଂଗେ ସୁସ୍ଥ ଓ ସମୃଦ୍ଧ ଗଣତନ୍ତ୍ରରେ ମତଦାନର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡେଲାଂଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ରତିକାନ୍ତ ସାହୁ ଓ ଶିକ୍ଷକ ପବିତ୍ର ମୋହନ ପରିଡା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ।ମହାବିଦ୍ୟାଳୟର ରେଡକ୍ରସ୍ ୟୁନିଟ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳନ ହୋଇଯାଇଥିବା ବେଳେ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା, ଡଃ. ଲକ୍ଷ୍ମୀଧର ପାଇକରାୟ, ଅଧ୍ୟାପିକା ପ୍ରମୋଦିନି ମହାପାତ୍ର, କବିତା ମିଶ୍ର, ଭବାନୀ ପ୍ରୀୟଦର୍ଶିନୀ ମହାନ୍ତିଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.