oom

ଡେଲାଙ୍ଗରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଓ ମିଶନ ଶକ୍ତି ମହିଳା ମହାସଂଘ ଆନୁକୂଲ୍ୟରେ ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଶିଶୁ ପାଇଁ ଦିନଟିଏ ଶୀର୍ଷକରେ ଆଲୋଚନା ଚକ୍ର ବୁଧବାର ବ୍ଲକ ମିଶନ ଶକ୍ତି ମହିଳା ମହାସଂଘ ସଭାଗୃହରେ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ବୈଠକରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ବିଡିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସିଡିପିଓ ହାରାମଣି ନାୟକ, ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ, ଜିଲ୍ଳା ପରିଷଦ ସଭ୍ୟ ମଳୟ ମହାନ୍ତି, ସମିତି ସଭ୍ୟ ପ୍ରଭାତ ଜେନା, ସମାଜିକ କର୍ମୀ ନବଘନ ପ୍ରଧାନ ଓ ବ୍ଲକ ସାଧନା କେନ୍ଦ୍ର ସଂଯୋଜକ ନନ୍ଦିତା ସ୍ୱାଇଁ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା, ନିଶା ସେବନରୁ ନିବୃତ କରିବା, ଯୌନ ନିର୍ଯ୍ୟାତନାରୁ ସୁରକ୍ଷା ସହ ବେଟି ବଚାଓ, ବେଟି ପଢାଓ, ଶିଶୁ ଶ୍ରମିକ ବିରୋଧ ଉପରେ ଆଲୋକପାତ କରିବା ସହ ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ଶପଥ ନେଇଥିଲେ । ଶେଷରେ ବାସନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.