csstore

ବାଲ୍ୟ ବିବାହ ରୋକିବାରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ଦୁଇଟି ବାଲ୍ୟ ବିବାହ ନିଷେଧ ହୋଇପାରିଛି । ଚାଇଲଡ୍‌ ଲାଇନ ସଦସ୍ୟ ଏବଂ ପୋଲିସର ସହଯୋଗରେ ଏହା ସମ୍ଭବ ହୋଇପାରିଛି । ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ ନିରୂପମା ପାଣି, ଚାଇଲଡ଼ ଲାଇନ ସଂଯୋଜିକା ବବିନା ନାଏକ, ହରଭଙ୍ଗ ପୋଲିସ ଏଏସ୍‌ଆଇ ଅରୁନ୍ଧନ୍ତି ସାହାଣୀ, ଚାଇଲଡ଼ ଲାଇନ ସଦସ୍ୟ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ତଲଗାଁ ଗ୍ରାମକୁ ଯାଇ ଦୁଇଟି ବାଲ୍ୟ ବିବାହକୁ ନିଷେଧ କରିପାରିଛନ୍ତି । ଝିଅ ଦୁଇ ଜଣଙ୍କର ନିର୍ବନ୍ଧ ସରିଥିଲା କିନ୍ତୁ ଯେଉଁ ପର୍ଯ୍ୟନ୍ତ ୧୮ ବୟସ ନପୁରିଛି ସେ ପର୍ଯ୍ୟନ୍ତ ବିବାହ ନକରିବା ପାଇଁ ପିତା ମାତାଙ୍କଠାରୁ ଏକ ଚୁକ୍ତିନାମା କରାଯାଇଛି । ଯଦି ଏଥିରୁ ବିଚ୍ୟୁତ ହେବେ ତେବେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ସେହି ପତ୍ରରେ ଉଲ୍ଲେଖ କରାଯାଇଛି । କିଛି ଦିନ ତଳେ କାଣ୍ଟାମାଳରେ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ ଜୋସ୍ନାମୟୀ ପାଢୀ ଦୁଇଟି ବାଲ୍ୟ ବିବାହକୁ ରୋକିବାରେ ସଫଳ ହୋଇଛନ୍ତି । ଜିଲ୍ଲାପାଳଙ୍କ ସ୍ୱପ୍ନକୁ ସମସ୍ତେ ମିଶି ବାଲ୍ୟ ବିବାହ ମୁକ୍ତ ଜିଲା କରିବାରେ ଲାଗି ପଡିଛନ୍ତି ।

jayashree
Leave A Reply

Your email address will not be published.