jayashree

ବଲାଙ୍ଗିର ଲାୟନ୍ସ କ୍ଲବ୍‌ ପକ୍ଷରୁ ମେଗା ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭ ନଭେମ୍ବରରୁ ୧୪ ନଭେମ୍ବର ପର୍ୟ୍ୟନ୍ତ ଚାଲିଥିବା ମଧୁମେହ ସପ୍ତାହ ପାଳନ ଅବସରରେ ଗତ ୭ ତାରିଖ ଦିନ ବଲାଙ୍ଗିର ଲାୟନ୍ସ କ୍ଲବ୍‌ ପକ୍ଷରୁ ସ୍ଥାନୀୟ ମାରୱାଡ଼ି ସେବା ସଦନରେ ରାୟପୁରର ଆପୋଲୋ ସୁଗାର୍‌ କ୍ଲିନିକ୍‌ ଓ ବଲାଙ୍ଗିରର ଆଦିତ୍ୟ ହେଲ୍‌ଥ୍‌ କେୟାର୍‌ର ମିଳିତ ସହଯୋଗରେ ମେଗା ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ରାୟପୁରର ଆପୋଲୋ ସୁଗାର୍‌ କ୍ଲିନିକ୍‌ର ପ୍ରଫେସର ଡା.କଳ୍ପନା ଦାଶ ତାଙ୍କ ଟିମ୍‌ ସହ ଏହି ଶିବିରରେ ୭୩ ଜଣ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.